ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ରାମଚନ୍ଦ୍ରପୁର ଠାରେ ଗୋଟିଏ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ରାମଚନ୍ଦ୍ରପୁର ଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ଏକ ଟ୍ରାକ୍ଟର ଯାଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ପୋଲିସ ସେଠାରେ ପହଞ୍ôଚ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ପରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଥିଲା । ଫଳରେ ପୋଲିସ ଟ୍ରାକ୍ଟରକୁ ଥାନାକୁ ଆଣିବା ପରେ ଉକ୍ତ ଟ୍ରାକ୍ଟରରେ ଲାଗିଥିବା ଟ୍ରଲିରେ କୌଣସି ରେଜିଷ୍ଟ୍ରେସନ ନମ୍ବର ନଥିଲା । ଏହା ମଧ୍ୟରେ ଉକ୍ତ ଟ୍ରାକ୍ଟର ଟ୍ରଲିରେ ଏକ କାଗଜରେ ଓଡି-୨୨ଜି-୪୬୯୯ ଲେଖା ଯାଇଥିବା ନମ୍ବର ଲଗାଯାଇଥିଲା । ପୋଲିସ ୧୪୬/୨୩ ମୂଳେ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଜବତ ଟ୍ରାକ୍ଟରର ରେଜିଷ୍ଟ୍ରେସନ ନମ୍ବର ଓଡି-୨୨-ଟି-୮୪୫୬ ବୋଲି ଉଲ୍ଲେଖ ରହିଛି । ଏଥିସହ ଟ୍ରାକ୍ଟରର ଚାଳକ ପାନପଦୀ ଗ୍ରାମର ଶ୍ରୀକାନ୍ତ ମଲ୍ଲିକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ