ସମୁହ ଛୁଟିରେ ଯିବାକୁ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଜଣାଇଲେ ଶିକ୍ଷକ ସଂଘ
ହାଟଡିହିି, (ବିକାଶ ବିଶ୍ୱାଳ):ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ଆଜି ଶତାଧିକ ଶିକ୍ଷକ ଧାରଣାରେ ବସିଥିବାବେଳେ ଆସନ୍ତାକାଲି ଠାରୁ ଶିକ୍ଷକମାନେ ସମୁହ ଛୁଟିରେ ରହି ଧାରଣାରେ ବସିବେ ବୋଲି ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜରାଇ ଦେଇଛନ୍ତି । ରାଜ୍ୟସରକାର ଆନେ୍ଦାଳନରୁ ଓହରି ଯିବାକୁ ତାଗିଦ କରିଥିଲେ ମଧ୍ୟ ଶିକ୍ଷକମାନେ ଏହାକୁ ଖାତି ନକରି ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ କର୍ମକର୍ତ୍ତା ମାନେ କହିଛନ୍ତି । ଆଜିର ଏହି ଧାରଣାରେ ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ବେହେରା, ସୁରେନ୍ଦ୍ର କୁମାର ସା, ଶ୍ରୀକାନ୍ତ କୁମାର ସ୍ୱାଇଁ, ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ସୁଶାନ୍ତ କୁମାର ଯେନା, ପ୍ରଫୁଲ କୁମାର ମଣ୍ଡଳ, ପ୍ରଭାକର ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ରାଜକିଶୋର ସ୍ୱାଇଁ, ବିଶ୍ୱନାଥ ନାୟକ, ଜିତେନ୍ଦ୍ର କୁମାର ବେହେରା, କେଶବ କର, ଅର୍ପିତା ମିଶ୍ର, ରବିନାରାୟଣ ପଲେଇ, ନଳିନୀକାନ୍ତ ମହାନ୍ତି, କ୍ଷେତ୍ରବାସୀ ମିଶ୍ର, ଗଣେଶ ପ୍ରସାଦ କୁଅଁର, ଭକ୍ତ ଚରଣ ଜେନା, ପ୍ରସନ୍ନ ମହାନ୍ତି, କ୍ଷେତ୍ରବାସୀ ମିଶ୍ର, ସଞ୍ଜୟ କୁମାର ପାତ୍ର, ରଶ୍ମୀରଞ୍ଜନ ପତି, ସୁଶ୍ରୀ ସ୍ୱୟଂପ୍ରଭା ବେହେରା, ଉମାରାଣୀ ପାଢ଼ୀ, ବିନ୍ଦୁରେଖା ସାହୁ, ସ୍ୱାଗତୀକା ଆୟଚଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସିଥିଲେ ।