ବାବାଜି ଚରଣ ମେମୋରିଆଲ ଆୱାର୍ଡ ୨୦୨୩ ପ୍ରଦାନ
ହାଟଡିହିି, (ବିକାଶ ବିଶ୍ୱାଳ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏମ. ଏକାଡେମୀ ଡଅଁର ହାଇସ୍କୁଲଦଯ ସର୍ବୋଚ ନମ୍ବର ରଖିଥିବା ଡଅଁର ଗ୍ରାମର ପଦ୍ମନାଭ ଜେନାଙ୍କ ସୁକନ୍ୟା ପ୍ରତିକ୍ଷା ଜେନାଙ୍କୁ ‘ବାବାଜି ଚରଣ ଜେନା ମେମୋରିଆଲ ଆୱାର୍ଡ’ ପ୍ରଦାନ କରାଯାଇଛି । ଡଅଁର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ମଦନ ମୋହନ ନାୟକ ଓ ବିଦ୍ୟାଳୟର କର୍ମଚାରୀ ସାଗର ଚନ୍ଦ୍ର ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବାବାଜି ଚରଣ ଜେନାଙ୍କ ଜ୍ୟେଷ୍ଠପୁତ୍ର ସାଗର ଚନ୍ଦ୍ର ଜେନା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ପୁରତନ ଛାତ୍ର ସଂସଦର ସଭାପତି ଆନନ୍ଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନେ ସେମାନଙ୍କର ସଫଳତା ବଜାୟ ରଖିବାପାଇଁ ପ୍ରୋତ୍ସାହନ ଯୋଗାଇବା ଉଦେ୍ଦଶ୍ୟରେ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଉଛି ବୋଲି ଅଧ୍ୟାପକ ମହେଶ୍ୱର ଜେନା କହିଛନ୍ତି ।