କାରାରକ୍ଷୀ ମାନେ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଛନ୍ତି

ନିମାପଡ଼ା, (ସନ୍ତୋଷ ଦାଶ):ନିଖିଳ ଓଡ଼ିଶା କାରାଗାର କର୍ମଚାରୀ ମହାସଂଘ ର ନିଷ୍ପତ୍ତି କ୍ରମେ ନିମାପଡ଼ା ଉପ କାରାଗାର ର ସମସ୍ତ କାରାରକ୍ଷୀ ପୁରୁଷ ଓ ମହିଳା କର୍ମଚାରୀ ମାନେ କଳା ଵ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଛନ୍ତି ।୫ ଦଫା ଦାବି ପୂରଣ ପାଇଁ କାରାରକ୍ଷୀ ମାନେ ଦାବି କରି ଆସୁଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ସେମାନେ କହିଛନ୍ତି। କାରାରକ୍ଷୀ ମାନଙ୍କର ଗ୍ରେଡ ପେ ୧୯୦୦ ରୁ ୨୦୦୦ ଓ ମୁଖ୍ୟ କାରାରକ୍ଷୀ ଙ୍କ ଗ୍ରେଡ ପେ ୨୦୦୦ ରୁ ୨୪୦୦ ,ପୁରୁଣା ପଦୋନ୍ନତି ନିୟମ ୨୦୧୨ ରୁ ଲାଗୁ କରିବା ,ଉପଖଣ୍ଡ ସ୍ତରରୁ ବଦଳି ନିୟମ କୋହଳ କରିବା ,ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି ,ତେରମାସିଆ ଦରମା ବୃଦ୍ଧି ପ୍ରଭୁତି ଦାବି ପୁରଣ ହୋଇନଥିବାରୁ କାରାରକ୍ଷୀମାନେ କଳାବ୍ୟାଚ ପରିଧାନ କରି ଶୃଙ୍ଖଳାର ସହିତ ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି ।ସମସ୍ତ କାରା କର୍ମଚାରୀ କଳାଵ୍ୟାଚ ପରିଧାନ କରିଥିବା ବେଳେ ସରକାର ଦାବି ନ ଶୁଣିଲେ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ ହେବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।ଗଙ୍ଗାସାଗର ପରିଡ଼ା, ବିପିନ କୁମାର ମୁଦୁଲି, କୃଷ୍ଣଚନ୍ଦ୍ର ଜେନା ,ଜିତେନ୍ଦ୍ର କୁମାର ରାଉତ ,ସୁକାନ୍ତ କୁମାର ସାହୁ ,ସୁକାନ୍ତ କିଶୋର ମଣ୍ଡଳ ,ପ୍ରିୟଦର୍ଶିନି ସାହୁ ,ସନ୍ତୋଷ କୁମାର ପ୍ରଧାନ,କିଶୋର ଚନ୍ଦ୍ର ସାହୁ ,ଯାମିନି ପାଇକରାୟ ପ୍ରମୁଖ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ