ଦୁଇଟି ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ଶ୍ରୀକାନ୍ତ ସାହୁ
ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡ଼ାରେ ଦୁଇଟି ପ୍ରକଳ୍ପକୁ ସେପ୍ଟେମ୍ବର ୧୫ ତାରିଖ ଦିନ ଉଦଘାଟନ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ଵାରା ୧.୮୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ରମେଶ କୁମାର ଚୌଧୁରୀ ଉପସ୍ଥିତ ଥିଲେ। ସେହିପରି ବୁଗୁଡ଼ା ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶୀନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଆଚାରୀ, କବିରାଜ ଗୌଡ଼, ସୁଧାଂଶୁ ଶେଖର ପାଢ଼ୀ ପ୍ରଭୃତିଙ୍କ ସମେତ ବହୁ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।