ବିଜେପି ତାଟୋ ମଣ୍ଡଳର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ବିଜେପି ତାଟୋ ମଣ୍ଡଳ କମିଟି ପକ୍ଷରୁ ଆଜି କରଞ୍ଜିଆ ବ୍ଲକର ତାଟୋ ଓ ବଡଗାଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । ତାଟୋ ମଣ୍ଡଳର ସଭାପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମ ରେ ଉଭୟ ତାଟୋ ଓ ବଡ଼ଗାଁ ପଞ୍ଚାୟତ ର ଶତାଧିକ ଲୋକ ଯୋଗଦେଇ ପ୍ରତି ଗ୍ରାମର ମୁଖ୍ୟ ସମସ୍ୟା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଚୟନ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନଓ ଉଭୟ ପଞ୍ଚାୟତ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଦାବି ରଖିଥିଲେ।ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ଆଇନ ମୋର୍ଚ୍ଚା ସଭାପତି ତଥା କେନ୍ଦୁଝର ଲୋକସଭା କ୍ଷେତ୍ରର ଆଇନ ମୋର୍ଚ୍ଚା ସଂଯୋଜକ ମଦନ ମୋହନ ମହାନ୍ତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଯୁଗଳ କିଶୋର ନାଏକ , ପୁଷ୍ପାଞ୍ଜଳି ସିଧୁ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭ୍ୟ ଜନାର୍ଦ୍ଦନ ବେହେରା,ମନୋଜ ମହାନ୍ତ,ଦିଲ୍ଲୀପ ମହାନ୍ତ,ତାଟୋ ପଞ୍ଚାୟତ ବିଜେପି ସଭାପତି , ବଡ଼ଗାଁ ପଞ୍ଚାୟତ ବିଜେପି ସଭାପତି ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ