ଅଲ ଓଡିଶା ଇପିଏଫ ଆସୋସିଏସନ ତରଫରୁ ୪ ଦଫା ଦାବି ନେଇ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଲ ଓଡିଶା ଇପିଏଫ ପେନସନସ୍ର ଆସୋସିଏସନ ତରଫରୁ ୪ ଦଫା ଦାବି ନେଇ ପାରଳାଖେମୁଣ୍ଡି ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଜି ଧାରଣା ଦିଆ ଯାଇଛି. ଆସୋସିଏସନର ସଭାପତି କେ. କ୍ରିଷ୍ଣା ରାଓ ସମ୍ପାଦକ ଗୋବିନ୍ଦ ପାତ୍ର, ଉପସଭାପତି ଗୌରୀ ଶଙ୍କର ମିଶ୍ର, ସହ ସମ୍ପାଦକ ନରସିଂହ ପଟ୍ଟନାୟକ, କୋଷାଧକ୍ଷ ମନମୋହନ ପାତ୍ର ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ସଭ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା କହିଛନ୍ତି, ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋୖର୍ଟର ନିର୍ଦେଶ ଅନୁଯାଇ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ସଭ୍ୟଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ପ୍ରଦାନ ଏବଂ ଇପିଏଫ ପେନସନ ଭୋଗୀ ବରିଷ୍ଟ ନାଗରିକ ମାନଙ୍କୁ ସାମରିକ ସୁରକ୍ଷା ପ୍ରଦାନ ୪ ଦଫା ଦାବି ନେଇ ସରକାରଙ୍କୁ ନିବେଦନ କରି ତୁରନ୍ତ ଏହି ୪ ଦଫା ଦାବି ପୂରଣ ପାଇଁ ଆସୋସିଏସନ ତରଫରୁ ମିଳିତ ଭାବେ ଧାରଣା ଦେଇଛୁ.