ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁକ୍ୟ ଅତିଥୀ ଭାବେ ନନ୍ଦିନୀ ମଳିକ ଜିଲ୍ଲା ପରିଷଦ ଅଧକ୍ଷା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର କ୍ରୀଡା ପଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡା ବିକାଶ ନିମନ୍ତେ ଥିବା ଅବଦାନକୁ ପ୍ରସଂଶା କରିଥିଲେ ।,ଅନ୍ୟାନ୍ୟ ଅତିଥୀ ମାନଙ୍କ ମଧ୍ୟରେ ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା,ଉପଖଣ୍ଡ କ୍ରୀଡା ସଂଘର ସମ୍ପାଦକ ତଥା ଅଦ୍ୟାପକ ଡ ଶୁଶାନ୍ତ କୁମାର ଦାସ,ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ,ଶାରୀରିକ ଶିକ୍ଷା ନିରିକ୍ଷକ ରଙ୍କନିଧି ବେହେରା,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଂଜୟ କୁମାର ପାତ୍ର,ଗଙ୍ଗାଧର ପାତ୍ର ବାଲିଗୁଡା ଗୋଷ୍ଠି ବିଦ୍ୟାଳୟ ସମ୍ପାଦକ ,ଦେବବ୍ରତ ସିଂଦେଓ ପ୍ରମୁଖ ମଂଚାସୀନ ରହିଥିଲେ ଓ । ଏହି କ୍ରୀଡା ଦୁଇଦିନ ଧରି ଅନୁଷ୍ଠିତ ହେବ ଓ ପ୍ରଥମ ଦିନରେ କବାଡି ୧୭ ବର୍ଷରୁ କମ ବାଳକ ବିଭାଗରେ ଚକାପାଦ ବ୍ଲକ ଓ ଫୁଲବାଣି ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଫୁଲବାଣୀ ବିଜୟ ହୋଇଛି ।ଦ୍ୱିତିୟ ମ୍ୟାଚରେ କୋଟଗଡ ଓ କେ ନୁଆଗାଁ ମଧ୍ୟରେ ହୋଇଥିଲା ଏଥିରେ କେନୁଆଗାଁ ବିଜୟ ହୋଇଚି । ୧୭ନର୍ଷରୁ କମ ବାଲିକା ବିଭାଗରେ ବାଲିଗୁଡା ଓ ଖଜୁରୀପଡା ମଧ୍ୟରେ ହୋଇଥିଲା ଏଥିରେ ବାଲିଗୁଡା ଦଳ ବିଜୟୀ ହୋଇଛି ।ଦ୍ୱିତିୟ ମ୍ୟାଚଟି ତୁମୁଡିବନ୍ଧ ଓ ଜି ଉଦୟଗିରି ମଧ୍ୟରେ ହୋଇଥିଲା ଏଥିରେ ତୁମୁଡିବନ୍ଧ ବିଜୟୀ ହୋଇଛି । ୧୭ ବର୍ଷରୁ କମ ବାଳକ ବିଭାଗର ସଟଫୁଟରେ ଆଶିଶ ଜେନା ଖଜୁରୀପଡା ପ୍ରଥମ ହୋଇଥିବା ବେଳେ ଦ୍ୱିତୀୟ ଶୁଭମ ମଳିକ ଫୁଲବାଣୀ ଓ ତୃତୀୟ ସୋହମ ସୁଆର ବାଲିଗୁଡା ହୋଇଛନ୍ତି । ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୧୨ ବ୍ଲକର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହନ କରିଛନ୍ତି ।