ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ହାଇସ୍କୁଲ ପାଟପୁର ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ହାଇସ୍କୁଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ପାଟପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ବ୍ଲକ କ୍ରୀଡା ସମ୍ପାଦକ ଅରୁଣ କୁମାର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚୌଧୁରୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଶୁକଦେବ ମଲ୍ଲିକ, ବିଆରସିସି ରାମଚନ୍ଦ୍ର ପଣ୍ଡା, ପାଟପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ପଟ୍ଟନାୟକ, ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା, ବ୍ଲକ କ୍ରୀଡା ସେକ୍ରେଟାରୀ ଅରୁଣ କୁମାର ରାଉତ, ଓ ବ୍ଲକ ର ସମସ୍ତ ସିଆରସିସି ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗଦେଇ କ୍ରୀଡା ଦିବସ ର ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ସ୍କୁଲ ରୁ ଭାଗ ନେଇଥିବା ୧୪ ରୁ ୧୭ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାକୁ ପ୍ରେରଣା ଦେଇଥିଲେ । ଅତିଥି ମାନଙ୍କୁ ବିଦ୍ୟାଳୟର ପକ୍ଷରୁ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଖୋଖୋ, କବାଡ଼ି, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଦୌଡି ପ୍ରତିଯୋଗିତାର ଖେଳ ପ୍ରଦର୍ଶନ କରିଥିଲେ । ସମସ୍ତ କ୍ରୀଡା କୁ ସାନଖେମୁଣ୍ଡି ବ୍ଲକର କ୍ରୀଡା ସେକ୍ରେଟାରୀ ଅରୁଣ କୁମାର ରାଉତ ଓ ପାଟପୁର ହାଇସ୍କୁଲ ର କ୍ରୀଡା ଶିକ୍ଷକ ସୁଧାଂଶୁ ଶେଖର ରାଉତ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ସ୍କୁଲ ର କ୍ରୀଡା ଶିକ୍ଷକମାନେ ସମ୍ପୂର୍ଣ ସହଯୋଗ କରିଥିଲେ । ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ ସମସ୍ତ ସ୍କୁଲ ର ମୋଟ ୩୬୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ କବାଡି ପ୍ରତିଯୋଗିତା ରେ ସିନିୟର ବାଳକ ରେ ପାଟପୁର କୁ ହରାଇ ଆଡ଼ପଡା ବିଜୟୀ ହୋଇଥିଲା, ସେହିପରି ଜୁନିୟର ବାଳକ ରେ ଆଡ଼ପଡା କୁ ହରାଇ ପାଟପୁର ବିଜୟୀ ହୋଇଥିଲା, ସିନିୟର ବାଳିକା ରେ ସିଙ୍ଗିପୁର କୁ ହରାଇ ଆଡ଼ପଡା ବିଜୟୀ ହୋଇଥିଲା l ଖୋ ଖୋ ପ୍ରତିଯୋଗିତା ରେ ସିନିୟର ବାଳକ ରେ ଆଡ଼ପଡା କୁ ହରାଇ ପାଟପୁର ବିଜୟୀ ହୋଇଥିବା ବେଳେ ଜୁନିୟର ବାଳକ ରେ ଆଡ଼ପଡା କୁ ହରାଇ ପାଟପୁର ବିଜୟୀ ହୋଇଅଛି l ସେହିପରି ସିନିୟର ଖୋ ଖୋ ବାଳିକା ରେ ସିଙ୍ଗିପୁର କୁ ହରାଇ ଆଡ଼ପଡା ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଵିଇଓ ପ୍ରଫୁଲ୍ଲ ଚୌଧୁରୀ, ମୂଖ୍ୟ ଅତିଥି ଭାବେ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଦଷ୍ଟା ଚୌଧୁରୀ,ଯୋଗ ଦେଇଥିବା ବେଳେ ନଳିନୀ ପ୍ରଭା ପଟ୍ଟନାୟକ, ଦୀନବନ୍ଧୁ ବେହେରା, ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ କ୍ରୀଡା ସମ୍ପାଦକ ଅରୁଣ କୁମାର ରାଉତ ସମସ୍ତ ସହଯୋଗୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ