ବାୟୁ ପ୍ରଦୂଷଣ ରୋକିବା ପାଇଁ ଉଠାଦୋକାନୀଙ୍କ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ବିଶ୍ୱରେ ଏବେ ବାୟୁ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ଏହା ବିଶ୍ୱପାଇଁ ଏକ ଚିନ୍ତାର କାରଣ ସାଜିଛି । ସାମ୍ପ୍ରତିକ ସମୟରେ ବଡ଼ ବଡ଼ ବୃକ୍ଷମାନ କାଟି, ଜଙ୍ଗଲ ଧ୍ୱଂସ କରି ସେଠାରେ ବଡ଼ ବଡ଼ କଳ କାରଖାନା ତିଆରି କରିବା, ପାହାଡ଼ ଖନନ, ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ସର୍ବୋପରି ମାତ୍ରାଧିକ ଯାନବାହନ ଚଳାଚଳ ଫଳରେ ସାରା ବିଶ୍ୱରେ ଏବେ ବାୟୁ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଏସବୁକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଉଠାଦୋକାନୀ ମହାସଂଘ, ଏ.ପି.ଏମ୍‌.ଡି.ଡି., ୱି ୨୦, ଡୁ ନଟ ଗ୍ୟାସ୍ ଏସିଆ, ରାଷ୍ଟ୍ରୀୟ ସଂଗଠନ ସମୂହ ବାୟୁ ପ୍ରଦୂଷଣ ଉପରେ ଚିନ୍ତା ପ୍ରକଟ କରି ଶୁକ୍ରବାର ଦିନ ସାରା ଭାରତବର୍ଷରେ ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ସହରରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସଚେତନତା ଓ ଶୋଭାଯାତ୍ରାରେ ବାହାରିଥିଲେ । ବର୍ତ୍ତମାନ କଙ୍କ୍ରିଟ ଜଙ୍ଗଲ ଧୀରେ ଧୀରେ ବଢୁଥିବାରୁ ତାପମାତ୍ର ବଢିବା ସହ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ସାଜିଛି । ପେଟ୍ରୋଲଜାତ ଦ୍ରବ୍ୟରୁ ନିର୍ଗତ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବାୟୁ ପ୍ରଦୂଷଣର ବଡ଼ ସମସ୍ୟା ବୋଲି ଜାତୀୟ ଉଠାଦୋକାନୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ମତବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଥାଉକି, ବାଲି, ସିମେଣ୍ଟ, ଚାଲାଣ, ଦୃତଗତିରେ ଟ୍ରେନ ଚାଳନା ଓ ବିମାନ ଉଡ଼ାଣ ଫଳରେ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହସଂଘର ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଓ ସମ୍ପାଦକ ସୂର୍ଯ୍ୟମଣି ସାହୁଙ୍କ ସହଯୋଗାରେ ଭୁବନେଶ୍ୱସ୍ଥିତ ୨, ୧୪, ୩୫, ୪୦ ଓ ୪୧ ଆଦି ୱାର୍ଡ଼ ଗୁଡ଼ିକରେ ହାତରେ ପ୍ଲାକାର୍ଡ଼ ଧରି ବାୟୁ ପ୍ରଦୂଷଣ ରୋକିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ କେ. ଭାଗ୍ୟ, ପି. ସୁଭଦ୍ରା, ମାଧବୀ, ତୋଫାନ ଦାସ, ମୁନା, ବସୁ, ଦିଲ୍ଲୀପ, ସଞ୍ଜୟ, ମହାବୀର, ଶରତ, ଦାଶରଥୀ, ବିଭୂତି ପ୍ରଧାନ, ଜଗା, ଦେବ, ବାପୁ ପ୍ରମୁଖ ଯୋଗଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ