ବାଘାଯତୀନ ମଣ୍ଡଳରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ବାଲିଆ ପଞ୍ଚାୟତ ସଭାପତି ବିନୟ କୁମାର ପଡ଼ିହାରିଙ୍କ ନେତୃତ୍ୱରେ ରେମୁଣା ବିଜେପି ପକ୍ଷରୁ ବାଘାଯତୀନ ମଣ୍ଡଳରେ “ମୋ ଦେଶ ମୋ ମାଟି” ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ବାଲିଆ ସରପଞ୍ଚ ନିତାଇ ଚରଣ ନାୟକ,ପଞ୍ଚାୟତ ଉପସଭାପତି ରତିକାନ୍ତ ରାଉତ,ପଞ୍ଚାୟତ ପ୍ରଭାରୀ ରତିକାନ୍ତ ବାଗୁଡାଇ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ବାନ କ୍ରମେ ଦିଲ୍ଲୀରେ ହେବାକୁ ଯାଉଥିବା ସହିଦ ସ୍ମୃତି ଭବନ(ଅମୃତ ବାଟିକା) ପାଇଁ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଜରିଆରେ ସହିଦ ଯବାନ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ସର୍ବପ୍ରଥମେ ବାଲିଆ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା।ପରେ ବାଲିଆ ମାଟିର ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମସ୍ତ ଗ୍ରାମବାସୀଙ୍କ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ତପନ କୁମାର ଦାସ,ରୂପବତୀ ମାଝୀ ,ସୁକାନ୍ତି ମହାଳିକ, ସୁଦିପ ଦାସ,ଶିବାନୀ ହାଁସଦା,କୃଷ୍ଣ ଚନ୍ଦ୍ର ଜେନା,ଦିଲ୍ଲୀପ କୁମାର ନାୟକ,ଗୌରାଙ୍ଗ ବେହେରା,ତପନ ମହାଳିକ,ବାବୁ ଦାସ,ମୁନ ମହାଳିକ,ପ୍ରଫୁଲ୍ଲ ମୁଖି,ଶରତ ଦାସ, ତଡ଼ିତ କରଣ, ନନ୍ଦ କିଶୋର ବେହେରା,ଜଗନ୍ନାଥ ଦାସ,ଦିପୁ ଦାସ ପ୍ରମୁଖ ସହଯୋଗ କରିଥିଲେ।