ବାଲେଶ୍ଵର ଇଞ୍ଜିନିୟରସ ଫୋରମ ପକ୍ଷରୁ ଇଞ୍ଜିନିୟରସ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଇଞ୍ଜିନିୟର ଫୋରମ୍ ପକ୍ଷରୁ ସ୍ଥାନୀୟ ଭେନ୍ୟା ପାରାଡାଇଜ କଲ୍ୟାଣ ମଣ୍ଡପ ଠାରେ ୫୬ ତମ ଇଞ୍ଜିନିୟରସ ଦିବସ ପାଳନ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ ସଭାରେ ଫୋରମ୍ ର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିରକ୍ଷା ବିଭାଗ ଆଇ ଟି ଆର ର ନିର୍ଦ୍ଦେଶକ ଇଂ.ହରେକୃଷ୍ଣ ରଥ, ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ ଇଂ ସୁଗାତ କୁମାର ବୋଷ ସଂପାଦକୀୟ ବିବରଣୀ ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଫୋରମର ଉପସଭାପତି ଇଂ. ଗୌରାଙ୍ଗ ଚରଣ ସାହୁ, ଇଂ. ସୁଶାନ୍ତ ଶେଖର ଦେ,ଯୁଗ୍ମ ସମ୍ପାଦକ ଇଂ. ଡଃ.ହୃଷୀକେଶ ସାହୁ ପ୍ରମୁଖ ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମ ରେ ଫୋରମ୍ ପକ୍ଷରୁ ବୃକ୍ଷରୋପଣ,ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ