ଦୁରସଞ୍ଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଧାକିରଣ ମହାବିଦ୍ୟାଳୟ ଠାରେ ଶୁକ୍ରବାର ବ୍ରହ୍ମପୁରର ବିକାଶ ଏବଂ ରାଇକିଆ ର ସାହାରା ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ ଗ୍ରାହକଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଧର ଦାସ ମୁଖ୍ୟ ଅତିଥି ଯୋଗଦେଇ କାର୍ମଶାଳା ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶ୍ୟାମସୁନ୍ଦର ଡାଙ୍ଗୁଆ, ଆଡଭୋକେଟ ପ୍ରଦୀପ କୁମାର ବେହେରା, ସାମ୍ବାଦିକ ଆଦିତ୍ୟ ପ୍ରସାଦ ପାଢୀ, ସାମାଜିକ କର୍ମୀ ମୋଶେଷ ଦିଗାଳ, ବିଏସଏନଏଲ ପକ୍ଷରୁ ଦେବାଶିଷ ପୃଷ୍ଟି ଓ ଘରୋଇ ଟେଲିକମ ସଂସ୍ଥା ତରଫରୁ ସାଇ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଟେଲିକମ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ ସମ୍ପର୍କିତ ନିରାପତ୍ତା ଉପରେ ସୂଚନା ପରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏସଏଚଜି ମହିଳା ମାନେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ଅନୁଷ୍ଠାନ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, ସାହାରା ଅନୁଷ୍ଠାନ ସମ୍ପାଦକ ସୁକାନ୍ତ କୁମାର ନାୟକ, ଭେଙ୍କଟ ରାଉଳ,ନିରାକାର ବିଶୋଇ ଯୋଗଦେଇ ପରିଚାଳନା କରିଥିଲେ । ଶେଷରେ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ