ସମାଜସେବୀ ନବକିଶୋରଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ଶିକ୍ଷା ନିକେତନର କର୍ମଚାରୀ ତଥା ସମାଜସେବୀ ନବକିଶୋର ସ୍ୱାଇଁଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଂସାର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ମନୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, କଂସାର ସାହସପୁର ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ସ୍ୱର୍ଗତ ନବକିଶୋରଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ସ୍ୱାଇଁ, ପ୍ରଭଞ୍ଜନ ସ୍ୱାଇଁ, ପତିତପାବନ ସ୍ୱାଇଁ, ବ୍ରଜକିଶୋର ରାଉତ, ଗଜେନ୍ଦ୍ର ପରିଡା, ପ୍ରଦୀପ ପରିଡା, ନିତ୍ୟାନନ୍ଦ ମହାନ୍ତି, ଅମୀୟ କୁମାର ସେଠୀ, ଗଜେନ୍ଦ୍ର ସାମଲ, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ