ଅନାମ ବନ୍ଧୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ସ୍ମୃତିଚାରଣ ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତସମିତିର ପୂର୍ବତନ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା କେନ୍ଦ୍ରାପଡା ସହର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ କେନ୍ଦ୍ରାପଡା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାକ୍ତନ ପୈାରାଧ୍ୟକ୍ଷ ଧୀରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ରୂପେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗ ଦେଇ ଅନମବନ୍ଧୁଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରିବା ସହ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ରଶ୍ମିରଞ୍ଜନ ରାଉତ, ନିର୍ମଳା ମହାନ୍ତି, ମାନସ କୁମାର ପରିଡା, ସ୍ନେହପ୍ରଭା ତ୍ରିପାଠୀ, ଆଲୋକ ସାହୁ, ଗାୟତ୍ରୀ ମହାନ୍ତି, ସୁରେନ୍ଦ୍ର କୁମାର ଜେନା, ଦର୍ଶନୀ ବେହେରା, ରାଜେଶ ପଣ୍ଡା, ତ୍ରିଲୋଚନ ଦାସ, ଶ୍ରୀକାନ୍ତ ପଣ୍ଡା, ବିଜୟ କୁମାର ପତି, ପ୍ରଦ୍ୟୁମ୍ନ ଜେନା, ରେବତୀ ରମଣ ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ଶରତ ଚନ୍ଦ୍ର ସାମଲ, ସରୋଜକାନ୍ତ ପଣ୍ଡା, ଲୋହିତ ମହାନ୍ତି, ଦୁଷ୍ମନ୍ତ ମଲ୍ଲିକ, ଅସିତବନ୍ଧୁ ଧଳ, ଧରଣୀଧର ଦାସ, ହେମନ୍ତ ବିଶ୍ୱାଳ, ଗଇନ ମଳିକ, ମନୋରଞ୍ଜନ ସ୍ୱାଇଁ, ସୁଶାନ୍ତ ଦାସ, ମିଟୁମନୋଜ ନାୟକ, ନାରାୟଣ ସାହୁ, ସରୋଜକାନ୍ତ ସାହୁ, ବିଭୁତିଭୂଷଣ ସ୍ୱାଇଁ, ପ୍ରମୋଦ ପ୍ରଧାନ, ମିନକେତନ ସାମଲ, ପ୍ରତାପ ମହାପାତ୍ର, ମାନସ କୁମାର ସାହୁ, ସମ୍ପଦ ପରିଡା, ଶକ୍ତିକାନ୍ତ ପାତ୍ର, ସେକ ଇନାୟତ, ସେକ ଗୋଫ୍ରାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅନାମବନ୍ଧୁଙ୍କ ଜୀବନାବଳୀ ଉପରେ ଆଲୋଚନା ପୂର୍ବକ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜ୍ଞାପନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଶା ମୋ ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶେଷରେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ହିରଣ୍ୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।