ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ସଭାଗୃହ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପବିଭାଗ ଅଧିକାରୀ ଫିରଦୋଶ ଆଲାମଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଵ୍ଲକ ଅଧ୍ୟକ୍ଷା ସୁମତି ସେଠୀ,ଉପାଧ୍ୟକ୍ଷ ପ୍ରଣିତ କାନ୍ତି ସାମଲ,ବିଡିଓ ଦେବଦତ୍ତ ଦାଶ,ତହସିଲଦାର ସରୋଜ କାନ୍ତ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଣି ନିର୍ଝରଣୀ ରାଉତ,ଵ୍ଲକ କୃଷି ଅଧିକାରୀଣି ସୁଦିପ୍ତା ପଣ୍ଡା,ଉଦ୍ୟାନ କୃଷି ଅଧିକାରୀଣି ସୁଭଦର୍ଶିନୀ ରଥ,ମତ୍ସ ଵିଭାଗ ଅଧିକାରୀଣି ଉପାସନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ତିନି ଗୋଟି ଵାତ୍ୟା ଆଶ୍ରୟ ସ୍ଥଳୀ କର୍ମକର୍ତ୍ତା ଓ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନେ ଵୈଠକରେ ଯୋଗ ଦେଇଥିଲେ।ଓସଡମା ଜିଲ୍ଲା ପ୍ରକଳ୍ପ ପରିଚାଳକ ଅମ୍ଳାନ ସେନାପତି ଏଥିରେ ଯୋଗଦେଇ ଵିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଝୁଟୁଣା ଓ ବଳିପୁର ଠାରେ ଦୁଇଟି ନୂତନ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ