ଧାରଣା ସ୍ଥଳରେ ହୋମଯଜ୍ଞ କରି ଦାବି ଜଣାଇଲେ ଶିକ୍ଷକ ଶିକ୍ଷୟତ୍ରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ସମୂହ ଧାରଣା ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଧାରଣା ନବମ ଦିନରେ ପହଁଚିଥିବା ବେଳେ ଏଥିରେ ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ଏହାଛଡା ଆଜି ସୁଦ୍ଧା ୩୧ଗୋଟି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ତାଲା ପଡି ଯାଇଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଖାପାଖି ୧୩ହଜାର ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଏପଟେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା, ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା, କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷା କର୍ମୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବିରେ ଅଟଳ ରହିଛି।ଧାରଣାସ୍ଥଳରେ ଆଜି ଅଭିନବ ଉପାୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହୋମ ଯଜ୍ଞ ଆୟୋଜନ କରି ସେଥିରେ ଆହୁତି ଦେବାସହିତ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଶିକ୍ଷକ ନେତା ପ୍ରସନ୍ନ ରଥ, ରଞ୍ଜନ ମହାନ୍ତି, ଶରତ ଥାଟୋଇଙ୍କ ନେତୃତ୍ୱରେ ଆଜି ବ୍ଲକ ଅଞ୍ଚଳର ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଧାରଣାକୁ ଓହ୍ଲାଇଛନ୍ତି। ଧାରଣା ସ୍ଥଳରେ ବରିଷ୍ଠ ଶିକ୍ଷକ ପୁଷ୍ପକ ଚନ୍ଦ୍ର ଭାରତୀ, କୈଳାସ ସାମଲ, ଆନନ୍ଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ଧାରଣା ସ୍ଥଳରେ ଉପସ୍ଥିତ ରହି ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ