ନିଶା କାରବାରର ଭୂସ୍ୱର୍ଗ ପାଲଟିଛି କରଞ୍ଜିଆ ଅଞ୍ଚଳ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପାଞ୍ଚପିଢ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହର ଓ ଆଖପାଖ ଅଞ୍ଚଳ ଏବେ ନିଶା କାରବାରର ଭୂସ୍ୱର୍ଗ ପାଲଟିଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ସହର ସନ୍ନିକଟ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଗୋରାଣ୍ଡି ଯୋଡି ଖଣ୍ଡେଇପଡା, ଶଙ୍ଖୁଆ ଆଦି ସ୍ଥାନରୁ ପ୍ରତ୍ୟହଦେଶୀ ମଦ ଗଳା ବାଟ ଦେଇ ସହରକୁ ଆସୁଛି ।ସହରର ବିଭିନ୍ନ ସାହିରେ ଏବେ ଦେଶୀ ମଦର ଅବୈଧ କାରବାର ଚାଲିଛି । ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସେପରି କୌଣସି ଆଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏବେ ଏମାନେ ମନମୁଖୀ ଭାବେ ବେପାର ଚଳାଇଛନ୍ତି । ଫିଲ୍ମ ହଲ୍ ଛକ, ସୀମିଗାଁ, ରଜାବନ୍ଧ ସାହି , କରଡ଼ିଆ, ଅଙ୍କୁରା, ବଣସାହି, ନୂଆସାହି, ଦୋଳପଡ଼ିଆ, ନୁଆଁ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡଏବଂ ସହର ସଂଲଗ୍ନ ବଡ଼ଦେଉଳି ପଞ୍ଚାୟତର ଶରଧା ଗ୍ରାମ ପ୍ରଭୃତି ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦର ଖୁଲମଖୁଲା ବେପାର ପ୍ରଶାସନର ନାକ ତଳେ ଜାରି ରହିଛି ଉକ୍ତ ସାହିଗୁଡ଼ିକ ସମେତ କରଞ୍ଜିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଦ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପଇବାରେ ଲାଗିଛି ବେଆଇନ ଦେଶୀ ମଦ ପାଇଁ ଅଳ୍ପ ବୟସର ନାରୀ ମାନେ ବିଧବା ହେଇଥିବା ନଜରକୁ ଆସୁଛି । ସହର ସମେତ ବ୍ଲକର ତାଟୋ, , ସିମିଗାଁ, ତଅଁରା, ଚଢ଼େଇଭୋଳ, ଦରି , ଘୋଷଦା, ବଡ଼ଦେଉଳି ପ୍ରଭୃତି ଅଧିକାଂଶ ଗ୍ରାମରେ ଅବୈଧ ମଦର କାରବାର ଜାରି ରହିଥିବାରୁ ଏଠାରେ ମଧ୍ୟ ଲୋକେ ମୃତ୍ୟୁ ମୁଖରେ ପଡ଼ିବା ସହିତ ଅପରାଧିକ ମାମଲା ବୃଦ୍ଧି ପାଉଛି ଯୁବପିଢ଼ି ନିଶାଗ୍ରସ୍ତ ହୋଇ ରାସ୍ତରେ ବିପଜନକ ଭାବେ ବାଇକ ଚଳାଇବା ସହ ସର୍ବସାଧାରଣ ସ୍ଥାନମାନଙ୍କରେ ଆଶ୍ରାବ୍ୟ ଭାଷାରେ ଗଳିଗୁଳଜ କରୁଥିବା ଯୋଗୁଁ ମହିଳା, ବରିଷ୍ଠ ନାଗରିକ ତଥାସହରର ବୁଦ୍ଧିଜୀବୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଅବକାରୀ ବିଭାଗ ଏଠାରେ ସ୍ଥାଣୁ ଥ‌ିବା ସୁଯୋଗରେ ଖଜୁରୀ ସାଗର ପୋଖରା ଆଡି , ରାଞ୍ଚି ବିଜୟୱାଡା କରିଡର, ପୁରୁଣା ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡ, କଲେଜ ପଡିଆ, ଶରଧା ଗ୍ରାମ ନିକଟ ତିନି୍ଧାରିଆ ପ୍ରଭୃତି ସ୍ଥାନମାନଙ୍କରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥ‌ିବା ନେଇ ମଧ୍ୟ ଅଭିଯୋଗ ହେଉଛି । ନିଶା କାରବାର ବୃଦ୍ଧି ଫାଉଥିବାରୁ ପୁଲିସକୁ ଅନେକ ସମୟରେ ନାକେଦମ ହେବାକୁ ପଡୁଛି । ନିଶା କାରବାର ବୃଦ୍ଧି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହେତୁ ଥାନା ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ଚୋରି, ଡକାୟତି , ଲୁଟ ଓ ହତ୍ୟା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ସହକାରୀ ଅବକାରୀ ନିରୀକ୍ଷକ ବଟକୃଷ୍ଣ ରାଉଳ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ ଏପ୍ରିଲ ମାସରୁ ଅଦ୍ୟାବଧି ୮୯ ଟି କେଶ ରୁଜ୍ଜୁ ହୋଇ ୧୭୬୪ ଲି ଦେଶୀ ମଦ ଜବତ ହୋଇଥିବା ବେଳେ ୩୬୧oo କେଜି ମହୁଲ ପୋଚ, ୨୫କ୍ୱିଣ୍ଟାଲ ୧୯ କେଜି ମହୁଲ, ୬୭o ଗ୍ରାମ ଗଂଜେଇ ଜବତ କରାଯିବା ସହିତ ୫ଟି ମୋଟର ସାଇକେଲ, ଗୋଟିଏ ୪ ଚକିଆ ଗାଡି ଜବତ କରି ୭୧ ଜଣ ଙ୍କୁ ଗିରଫ କରାଯାଇଛି। କରଞ୍ଜିଆ ଅବକାରୀ ବିଭାଗ ରେ ଜଣେ ଅଫିସ ଇନଚାର୍ଜ, ଜଣେ ଓଆଇସି ଓ ତିନିଜଣ ଷ୍ଟାଫ ଅଛନ୍ତି ଷ୍ଟାଫ ଅଭାବ ସାଙ୍ଗକୁ ଚାରିଟି ଅବକାରୀ ଥାନାକୁ ଗୋଟିଏ ଗାଡି ବିଭାଗ ତରଫରୁ ମିଳିଥିବାରୁ କିଛିପରିମାଣ ରେ ବିଭାଗ ସଠିକ ସମୟରେ ଚଢ଼ାଉ କରିପାରୁନଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଆଗାମୀ ସମୟରେ ଖଜୁରୀ ସାଗର ପୋଖରା ଆଡି , ରାଞ୍ଚି ବିଜୟୱାଡା କରିଡର,ଦୋଳପଡ଼ିଆ, ପୁରୁଣା ବସଷ୍ଟାଣ୍ଡ,ନୂଆ ବସଷ୍ଟାଣ୍ଡ, କଲେଜ ପଡିଆ, ଶରଧା ନିକଟ ତିନି୍ଧାରିଆ ପ୍ରଭୃତି ସ୍ଥାନ ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ