ଅସୁସ୍ଥ ହାତୀଛୁଆ ଉଦ୍ଧାର, ଚିକିତ୍ସା ପରେ ସ୍ଥିତି ରେ ଉନ୍ନତି ସୂଚନା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଗତକାଲି ସକାଳୁ ଝାଡ଼ଖଣ୍ଡୀ ହାତୀପଲ ଦେଓ ନଦୀ ଅତିକ୍ରମ କରି କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡଦେଉଳୀ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୫ ଟି ଦନ୍ତା,୯ ଟି ମାଇ ଏବଂ ୮ ଛୁଆ ହାତୀ ରହିଛନ୍ତି। ତେବେ ୧୮ ଦିନ ପୁର୍ବରୁ ଜନ୍ମ ହୋଇଥିବା ଗୋଟିଏ ହାତୀ ଛୁଆର ଦେହ ଅସୁସ୍ଥ ହେବାରୁ ହାତୀପଲ ତାକୁ ଭଅଁରା ହୁଡିସାହି ନିକଟରେ ବିଲରେ ଛାଡ଼ି ଦେଇ ନିକଟରେ ଥିବା ବଡଦେଉଳୀ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ। ଏହି ଖବର ବନ ବିଭାଗ ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନିର୍ଦ୍ଦେଶ ମତେ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ ଏବଂ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ ବନ ସୁରକ୍ଷା ବାହିନୀ ସଦସ୍ୟ ସମରା ହୋ ରୁଦ୍ର ପ୍ରସାଦ ଲୋହାର କେଦାର ସୋଏ ଚନ୍ଦନ କୁମାର ମହାନ୍ତ ସୁକୁମାର ନାଏକ, ନିଳକଣ୍ଠ ହେମ୍ବ୍ରମ ଶଙ୍କର ପାତ୍ର ଲକ୍ଷ୍ମଣ ଗିରି ସୁଶାନ୍ତ ସୋଏ ମିଥୁନ ନାଏକ ବଳିଆ ପାଲିତା ଗୁରୁଚରଣ ବଦ୍ରାଙ୍କ ସହ ପ୍ରାୟ ସାଢେ଼ ସାତଟା ସମୟରେ ଘଟଣାସ୍ଥଳରେ ପହଂଚି ହାତୀଛୁଆକୁ ଉଦ୍ଧାର କରି କରଞ୍ଜିଆ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଚିକିତ୍ସା ଜାରି ରହିଥିବା ବେଳେ ଧୀରେ ଧୀରେ ହାତୀଛୁଆ ଟି ସୁସ୍ଥ ହେଉଛି ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ତେବେ ଅତ୍ୟଧିକ ଥଣ୍ଡା ଓ ଜ୍ୱର ଯୋଗୁଁ ହାତୀଛୁଆର ଦେହର ତାପମାତ୍ରା କମ୍ ରହିଥିବାରୁ ହାତୀ ଛୁଆଟି ଚାଲି ପାରିନଥିଲା ତେଣୁ ହାତୀପଲ ତାକୁ ଛାଡି ନିକଟସ୍ଥ ଜଙ୍ଗଲ କୁ ଚାଲିଯାଇଥିବା ସୂଚନା ମିଳିଛି । କରଞ୍ଜିଆ ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରଦୀପ କୁମାର ସାହୁ ଓ ଡ଼ଃ ଆଶିଷ ହାତୀଛୁଆର ଚିକିତ୍ସା କରୁଥିବା ବେଳେ ପଶୁ ନିରୀକ୍ଷକ ପୁଷ୍ପାଞ୍ଜଳି ମହାନ୍ତ ଓ ତାପସ ମଲ୍ଲିକ ସେମାନଙ୍କୁ ସହଯୋଗ କରୁଛନ୍ତି। ଶିମିଳିପାଳ ୱାଇଲଡ ଲାଇଫ ର ଏକ ଡାକ୍ତରୀ ଟିମ ମଧ୍ୟ ଆସି ଶିଶୁ ହାତୀ ର ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ