ମରଣ ଜନ୍ତା ପାଲଟିଛି କାଳିଆ ସାହୁ ଗୁଡା ରାସ୍ତା
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ ର ଶିଆଳି ପଞ୍ଚୟାତ ର ହରିପୁର ଠାରୁ କାଳିଆ ସାହୁ ଗୁଡା ରାସ୍ତା ପାଲଟିଛି ମରଣ ଜନ୍ତା l ଏ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି l ସେହି ଗ୍ରାମ ରେ ପଚାଶ ପରିବାର ବାସ କରନ୍ତି ଜନ ସଂଖ୍ୟା ୧୩୦ ଜଣ ଅଛନ୍ତି l ଗ୍ରାମ କୁ ଯିବା ରାସ୍ତା କୁ ଦେଖିଲେ ଖାଲଖମାମ ରେ ପରିପୂର୍ଣ ବର୍ଷା ପଡିଲେ ତୋ କହିଲେ ନ ସରେ ଯାହା ଫଳ ରେ କି ଗ୍ରାମ ର ଗର୍ଭବତୀ ମହିଳା ଓ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ବି ଗ୍ରାମ କୁ ଯାଇପାରୁନି l ଆଉ ସେଠାରୁ ଛାତ୍ର ଛାତ୍ରୀ ମାନେ ସେଠାରୁ ୨ କିଲୋମିଟର ହରିପୁର ଗ୍ରାମ କୁ ସେହି ରାସ୍ତା ଦେଇ ସ୍କୁଲ କୁ ପାଠ ପଢିବା ପାଇଁ ଯାଉଛନ୍ତି l ନିର୍ବାଚନ ସମୟ ରେ ବହୁ ରାଜନେତା ମାନେ ଆସି ପ୍ରତିସୁତି ଦେଉଛନ୍ତି କିନ୍ତୁ ପ୍ରତିଶୁତି ପାଣି ର ଗାର ହୋଇ ରହିଯାଉଛି l ଗ୍ରାମ ରେ ପିଇବା ପାଣି ର ବି ସୁବିଧା ନାଇଁ ଗ୍ରାମବାସି ଏକ ମାତ୍ର ପୋଖରୀ ଉପରେ ନିର୍ଭର କରୁଛନ୍ତି l ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଠ, ମନ୍ଦିର, ଚର୍ଚ୍ଚ ନିର୍ମାଣ କରିବା ପାଇଁ ଟଙ୍କା ଦେଉଛନ୍ତି କିନ୍ତୁ ଆମ ଗ୍ରାମ ରାସ୍ତା ଟି କରିବା ପାଇଁ ବାରମ୍ବାର ବାରମ୍ବାର ଅଭିଯୋଗ କରିଲେ ବି କର୍ଣ୍ଣପାତ କରୁନାହାନ୍ତି l ଯଦି ନିର୍ବାଚନ ପୂର୍ବରୁ ରାସ୍ତା କାମ ନକରିଲେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଜଣାଇଛନ୍ତି l ଏ ନେଇ ସରପଞ୍ଚ ଙ୍କ ମତାମତ ନେବାରୁ ସେ ଅତିଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିସୁତି ଦେଇଛନ୍ତି l