‘ବିଜେପି ହିଁ ଇଣ୍ଡିଆରେ ତୃଣମୂଳସ୍ତରରେ ଗଣତନ୍ତ୍ରର ହତ୍ୟାକାରୀ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟି ସାରା ଇଣ୍ଡିଆରେ ତୃଣମଳସ୍ତରର ଲୋକପ୍ରତିନିଧି ଯଥା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ ମେମ୍ବର, ପଞ୍ଚାୟତ ସମିିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, କର୍ପୋରେଟର ଓ କାଉନସିଲର ମାନଙ୍କୁ ସେମାନଙ୍କର କ୍ଷମତା ଓ ଅଧିକାରରୁ ବଞ୍ôଚତ କରିଛି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ କୁହାଯାଇଛି । କ୍ଷମତା ଦାଖଲ ପାଇଁ ବିଧାୟକ, ସାଂସଦମାନଙ୍କ ସହାନୁଭୂତି ଓ ସମର୍ଥନ ହାସଲ ପାଇଁ ଭାରତୀୟ ଜନତା ପାର୍ଟି ସରକାର ହିଁ ସାଂସଦ ଏବଂ ବିଧାୟକମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରମା, ଭତ୍ତା, ପେନସନ ଓ ଫ୍ୟାମିଲ ପେନସନ ଲାଗୁ କରି ତୃଣମୂଳସ୍ତରରେ ଲୋକ ପ୍ରତିନିଧି ଯଥା-ସରପଞ୍ଚ, ନାଏବ ସରପଞ୍ଚ ମାନଙ୍କୁ ବଞ୍ôଚତ କରିଥିଲା ଯାହାକୁ କି କଂଗ୍ରେସ, ବିଜେଡ଼ି ସମେତ ଅନ୍ୟଦଳମାନେ ସମର୍ଥନ କରି ଆସୁଛନ୍ତି । ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ହିଁ ଏକମାତ୍ର ରାଜନୈତିକ ଦଳ ଯିଏ ତୃଣମୂଳସ୍ତରର ଲୋକ ପ୍ରତିନିଧି ମାନଙ୍କୁ ସାଂସଦ, ବିଧାୟକ, ବିଧାୟିକା ମାନଙ୍କର ସମାନୁପାତିକ ଦରମା, ଭତ୍ତା, ପେନସନ, ଫ୍ୟାମିଲ ପେନସନ ଦେବାକୁ ୨୦୨୧ ମସିହା ଠାରୁ ଦାବି କରି ଆସୁଛି । ତେଣୁ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ ମେମ୍ବର, ପଞ୍ଚାୟତି ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, କର୍ପୋରେଟର ଓ କାଉନସିଲର ମାନେ ଭାରତୀୟ ଜନତା ପାର୍ଟିକୁ ବର୍ଜନ କରିବା ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ