ପାଞ୍ଚପଡା ପଞ୍ଚାୟତରେ ‘ମୋ ମାଟି, ମୋ ଦେଶ’ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚପଡା ପଞ୍ଚାୟତରେ ମୋ ମାଟି, ମୋ ଦେଶ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ସହ ବରିଷ୍ଠ ନେତୃବୃନ୍ଦ ଏହି ଅଭିଯାନରେ ସାମିଲ ହୋଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ମାଟିକୁ ନମନ, ବୀରଙ୍କୁ ବନ୍ଦନ ବାର୍ତ୍ତା ସହ ଅଭିଯାନର ଆରମ୍ଭ କରାଯାଇଛି । ପାଞ୍ଚପଡା ପଞ୍ଚାୟତରେ ପ୍ରଥମେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଦିଲ୍ଲୀରେ ଅମୃତ ବାଟିକା ସୃଷ୍ଟି ପାଇଁ ଏହି ଗ୍ରାମରୁ ଘରୁ ଘରୁ ଏକ କଳସ ପାତ୍ରରେ ମାଟି ସଂଗ୍ରହ କରାଯାଇଥିଲା । ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପନା ହେବାକୁ ଥିବା ଅମୃତ ବାଟିକା ପ୍ରତିବଦ୍ଧତାର ପ୍ରତୀକ ହେବ । ଶ୍ରୀ ଦତ୍ତ ମୋ ମାଟି , ମୋ ଦେଶ ଅଭିଯାନରେ ସମସ୍ତଙ୍କୁ ପଞ୍ଚ ପ୍ରଣର ଶପଥ ପାଠ କରାଇଥିଲେ । ଭାରତକୁ ଏକ ବିକଶିତ ଦେଶ କରିବା ସହ ଦାସତ୍ୱର ମାନସିକତାକୁ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ପଞ୍ଚ ପ୍ରଣର ମନ୍ତ୍ର ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ବରିଷ୍ଠ ସଭାନେତ୍ରୀ ସୁଷମା ବିଶ୍ୱାଳ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ ଦାସ, ସରପଞ୍ଚ ସୁସ୍ମିତା ଦାସ, ସମିତିସଭ୍ୟା ହାରାମଣୀ ବେହେରା, ପଞ୍ଚାୟତ ସଭାପତି ଲଲାଟେନ୍ଦୁ ଦାସ, ପ୍ରହଲ୍ଲାଦ ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ, ମଣ୍ଡଳ ସଭାନେତ୍ରୀ ମଞ୍ଜୁଶ୍ରୀ ଗାୟନ, ରାସବିହାରୀ ପାଲ, ମାଣିକଲାଲ ଜେନା, ମନୋରଞ୍ଜନ ବେହେରା, ଉମେଶ ପୃଷ୍ଟି, ସୁଶାନ୍ତ ଦାସ, ରବୀନ୍ଦ୍ର ଦାସ, କୃତିବାସ ବେହେରା, ମୁକ୍ତେଶ୍ୱର ଜେନା, ରାମଚନ୍ଦ୍ର ଦାସ, ପ୍ରଫୁଲ୍ଲା ମଣ୍ଡଳ, ଯୋଗେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ