ଛେନାପଦି ରେ ଜିଲ୍ଲା ସ୍ତରୀୟ ହିନ୍ଦି ଦିବସ ସମାରୋହ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକ କଲ୍ୟାଣ ମଣ୍ଡପ ଠାରେ ଆଜି କେନ୍ଦୁଝର ଜିଲ୍ଲା ସ୍ତରୀୟ ହିନ୍ଦି ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହିନ୍ଦି ଶିକ୍ଷକ ସଂଘ ର ସଭାପତି କଳାକର ମହାନ୍ତଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦି ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ ର ଅଧ୍ୟକ୍ଷ ପ୍ରଫେସର ସତ୍ୟନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡିଶା ହିନ୍ଦି ଶିକ୍ଷକ ସଂଘ ର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ନାଥ, ଓଷ୍ଟାର ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଜିଲ୍ଲା ହିନ୍ଦି ଶିକ୍ଷକ ସଂଘର ସମ୍ପାଦକ ଦିବାକର ମହାନ୍ତ ପ୍ରମୁଖ ଯୋଗଦେଇ ହିନ୍ଦି ଦିବସ ପାଳନ ର ମହତ୍ଵ ଏବଂ ହିନ୍ଦି ଭାଷା ର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ବିଭିନ୍ନ ବ୍ଲକରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦୁର୍ଯୋଧନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟପୀର ମହାନ୍ତି, ପଦ୍ମନାଭ ପଣ୍ଡା, ପ୍ରଫୁଲ୍ଲ କୁମାର ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲେ। ସୁଚିସ୍ମିତା ଦାଶ, ପାଣ୍ଡବ ସାହୁ, ମିତାରାଣୀ ବିଶ୍ୱାଳ, ନିବେଦିତା ସିଂ, ମଧୁସ୍ମିତା ପହି, ନରହରି ଜେନା, ପ୍ରକାଶ ମହାନ୍ତ, ଲଗ୍ନା ଦାଶ, ନାରାୟଣ ସେଠୀ, ଶ୍ୟାମ ସୁନ୍ଦର ସାହୁ, ବିରଂଜନ ବେହେରା, ରେବତୀ ନନ୍ଦ, ଜ୍ୟୋତିର୍ମୟୀ ଖଣ୍ଡେଇ, ପ୍ରତିମା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ଜିଲ୍ଲାର ସମସ୍ତ ସ୍କୁଲର ହିନ୍ଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ।