ଗଛପଡି ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗ୍ରାମରେ ଗଛପଡି ଏକ ଚାଳଘର ଭାଙ୍ଗିଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ମଦନ ପାତ୍ରଙ୍କ ବାଡିରେ ଥିବା ତେନ୍ତୁଲି ଗଛଟି ପଡୋଶୀ ଆତୁଳ ବାରିକଙ୍କ ଘର ଉପରେ ଉପୁଡି ପଡିଥିଲା । ସେତେବେଳେ ଆତୁଳଙ୍କ ପରିବାର ଲୋକେ ଘରେ ଶୋଇଥିଲେ ବି ସେମାନେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ । ଖବରପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲେ । କିନ୍ତୁ ଏହି ଗଛ ଭାଙ୍ଗିପଡିବା ଦ୍ୱାରା ଆତୁଳ ଘର ଭାଙ୍ଗିବା ସହିତ ଅନେକ କ୍ଷତି ହୋଇ ହୋଇଥବବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ