ଅତ୍ୟାଧୁନିକ ପଦ୍ଧତିରେ ଚିକତ୍ସା ପାଇଁ ଆପୋଲୋ ହସ୍ପିଟାଲ ପୁରା ପ୍ରସ୍ତୁତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶ ତଥା ରାଜ୍ୟରେ ବଢିଚାଲିଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । କ୍ୟାନ୍ସର ରୋଗୀଙ୍କ ପାଇଁ ଆଉ ଏକ ଖୁସି ଖବର, ସୁସ୍ଥ ହୋଇ ଅଧିକ ଦିନ ବଞ୍ôଚପାରିବେ ରୋଗୀ । ବିଶେଷକରି ଏବେ ଯେନିଟୋ ୟୁରିନାରୀ ମାଲିଗାନ୍ସ କ୍ୟାନ୍ସର ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ଚିକିତ୍ସା ଆରମ୍ଭ କରିଛି ଆପୋଲୋ ହସ୍ପିଟାଲ । ଏ ନେଇ ଦେଶ ତଥା ରାଜ୍ୟର ବରିଷ୍ଠ ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ଏକ ଦିନିିକିଆ କର୍ମଶାଳା ଆୟୋଜିତ ହୋଇ ଏଥିରୁ ଚିକିତ୍ସା ପଦ୍ଧତିର ନୂଆ ଉପାୟର ନିର୍ଯ୍ୟାସ ବାହାର କରାଯାଉଛି । ସବୁ ଟେକ୍ନୋଲୋଜି ସହ ଅନୋକଲୋଜିଷ୍ଟ, ରେଡ଼ିଓ ଅନୋକଲୋଜିଷ୍ଟ, ମେଡ଼ିସିନ ଅନୋକଲୋଜିଷ୍ଟ, ପାଥୋଲୋଜି ଆଦି ମିଳିତ ସହଯୋଗ ରହିଲେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି । ରୋଗୀର ଯେନିଟୋ ୟୁରିନାରୀ ମାଲିଗାନ୍ସ କ୍ୟାନ୍ସର ହୋଇଥିଲେ ପ୍ରଥମ ଷ୍ଟେଜରେ ପରିସ୍ରାରେ ସମସ୍ୟା ଦେଖାଯିବ । ବର୍ତ୍ତମାନ ଏଭଳି କ୍ୟାନ୍ସର ପୁରୁଷମାନଙ୍କ କ୍ଷେତ୍ରରେ ବିଶେଷକରି ପରିଲକ୍ଷିତ ହେଉଛି ଯାହାକି କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୨୦ ପ୍ରତିଶତ ରୋଗୀ ଏହି କ୍ୟାନ୍ସରରେ ପୀଡ଼ିତ ହେଉଛନ୍ତି । ଯେପରିକି ରୋଗୀ ପରିସ୍ରା କଲେ ମଧ୍ୟ ସେ ପରିସ୍ରା କରିନଥିବା ଅନୁଭବ କରିବ, ଏହି ଚିକିତ୍ସାକୁ ସରଳୀକରଣ ଜରିଆରେ କିଭଳି ଏହି ରୋଗୀ ସୁସ୍ଥ ହେବ, ସେ ନେଇ ଏହି କର୍ମଶାଳା ବେଶ ଉପଯୋଗୀ ହେବ ବୋଲି ବରିଷ୍ଠ ଡାକ୍ତର ଓ କ୍ୟାନ୍ସର ବିଶେଷଜ୍ଞ ସୂଚନା ଦେଇ କହିଛନ୍ତି । କାର୍ଯ୍ୟକ୍ରମରେ ଆପୋଲୋ କ୍ୟାନ୍ସର କେୟାର ଚିଫ୍ ମେଡ଼ିକାଲ ଅଫିସର ଡ. ଆଲୋକ ଶ୍ରୀବାସ୍ତବ, ଅନାକୋଲିଜିଷ୍ଟ, କ୍ୟାନ୍ସର କେୟାର ଆପୋଲୋ ହସ୍ପିଟାଲର ଡ. ଚିନ୍ମୟ କୁମାର ପାଣି, କାର୍ଯ୍ୟନିର୍ବାହୀ ସମ୍ପାଦିକା ଡ. ସ୍ଥିତି ଦାଶ, ଡ. ସୁରେନ୍ଦ୍ର ସେନାପତି, ଡ. ଘନଶ୍ୟାମ ବିଶ୍ୱାସ, ଡ. ଦିଲ୍ଲୀପ ପରିଡ଼ା, ଡ. ବି.କେ ମହାନ୍ତି, ଡ. ସମ୍ବିତ ମହାନ୍ତିଙ୍କ ସମେତ ଶତାଧିକ ଡାକ୍ତର ଓ ବିଶେଷଜ୍ଞ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ