ସ୍ୱର୍ଗତଃ ସୂର୍ଯ୍ୟ ପାତ୍ରଙ୍କ ସ୍ମୃତି ଚାରଣ ସମାବେଶ ସହ ନୂଆଁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତ ସଭା ଗୃହରେ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସୃତିଚାରଣ ସଭା ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସରପଞ୍ଚ ଶ୍ରୀମତୀ ପ୍ରତିମା କୁମାରୀ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ପଞ୍ଚାୟତ ର କର୍ମୀ ଶୁଭେଚ୍ଛୁ ସମର୍ଥକ ମାନେ ଉପସ୍ଥିତ ରହି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୃତିଚାରଣ ଉଦ୍ଦେଶ୍ୟରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାର ବରିଷ୍ଟ ରାଜନେତା ପୂର୍ବତନ ମୋହନା ବିଧାୟକ ତଥା ଦିଗପହଣ୍ଡି ବିଧାୟକ ଭାବେ ଥିବା ପୂର୍ବତନ ମନ୍ତ୍ରୀ , ବାଚସ୍ପତି ସ୍ୱର୍ଗତଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସାନଖେମୁଣ୍ଡି ବ୍ଲକ ରାଜନୀତିରେ ତାଙ୍କର ପ୍ରଧ୍ୟାନ୍ୟ ରହିଥିଲା । ତତ୍କାଳୀନ ମୋହନା ନିର୍ବାଚନ ମଣ୍ଡଳୀରେ ସାନଖେମୁଣ୍ଡି ବ୍ଲକର ଛଅ ଗୋଟି ପଞ୍ଚାୟତ ରହିଥିବା କାରଣରୁ ସିଙ୍ଗିପୁର ସହ ପୋଡ଼ାମାରୀ , ଟି ଗୋବିନ୍ଦପୁର , ପଟିଗୁଡା , ଛଣମେରୀ ଆଦି ପଞ୍ଚାୟତର ବିକାଶରେ ସୁର୍ଯ୍ୟ ପାତ୍ରଙ୍କ ଅବଦାନ ରହିଥିଲା । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଥିବା ବେଳେ ସ୍ୱର୍ଗତଃ ପାତ୍ରଙ୍କ ସିଙ୍ଗିପୁର ପଞ୍ଚାୟତ ପ୍ରତି ରହିଥିବା ଅବଦାନକୁ ଅଞ୍ଚଳର ପ୍ରମୁଖ ବିଜେଡି ପରିବାର ଭାବେ ଜଣାଶୁଣା ସୁବାସ ମହାପାତ୍ରଙ୍କ ପରିବାର ସମ୍ପ୍ରତି ପଞ୍ଚାୟତ ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ସ୍ୱର୍ଗତଃ ପାତ୍ରଙ୍କ ସ୍ମୃତି ଚାରଣ ସଭାଉଦ୍ଧେଶ୍ୟରେ ଏକ ସମାବେଶର ଆୟୋଜନ ସହ ଏହି ଉତ୍ସବରେ ନୂଆଁ କରି ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ ହୋଇଥିବା ପଞ୍ଚାୟତର ୧୧୪ଜଣହିତାଧକାରୀଙ୍କୁ ସରପଞ୍ଚ ଶ୍ରୀମତୀ ପ୍ରତିମା ମହାପାତ୍ର ଭତ୍ତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେପଞ୍ଚାୟତର ବହୁ ବିଜେଡି ଅନୁଗତ , ଗ୍ରାମ ବୁଦ୍ଧିଜୀବୀଙ୍କ ସହ ହିତାଧିକାରୀ ଉପସ୍ଥିତ ରହିଥିଲେ । ନାଏବ ସରପଞ୍ଚ ଅଜିତ କୁମାର ମହାଙ୍କୁଡ, ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ , ଯୋଗାଣ ସହାୟକ ପ୍ରତାପ ଦୋରା ପ୍ରମୁଖ ଉପସ୍ଥିତ ରହି ମନୋନୀତ ୧୧୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ସରୋଜ ପ୍ରଧାନ , ଅଶୋକ ସାହୁ , ରାଜେନ୍ଦ୍ର ପ୍ରଧାନ , ସନ୍ତୋଷ ଦୋରା , ସୁଶାନ୍ତ ମହାଙ୍କୁଡ଼, ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ