ମାଙ୍କଡ କାମୁଡ଼ାରେ ଦୁଇ ଆହତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ରହଣିଆ ରାଢୋ ଅଞ୍ଚଳରେ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି। ମାଙ୍କଡ଼ ଦଳ ଭିତରୁ ଦୁଇ ଗୋଟି ଦନ୍ତା ମାଙ୍କଡ଼ ଅତ୍ୟଧିକ ଉପଦ୍ରବ କରୁଥିବା ବେଳେ ସ୍ଥାନୀୟ ଲୋକେ ଏଥିଯୋଗୁ ଭୟଭୀତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ରାଢୋ ଗୋଡିପଦୀ ଠାରେ ମାଙ୍କଡ଼ ଦଳ ଉପଦ୍ରବ କରୁଥିବା ବେଳେ ତନ୍ମଧ୍ୟରୁ ଦୁଇ ଗୋଟି ଦନ୍ତା ପରସ୍ପର ମଧ୍ୟରେ ଝଗଡା ଲାଗିଥିଲେ। ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ବାନର ଦଳ ଆଜି ଗୋଡା ଗୋଡି ହେଉଥିବା ବେଳେ ଦୁଇଗୋଟି ଦନ୍ତା ମାଙ୍କଡ଼ ଗ୍ରାମର ଜଣେ ମହିଳା ମାମିନା ଧଳ(୩୨)ଙ୍କୁ କାମୁଡି ଦେଇଥିଲେ। ସେହିଭଳି ସଂଧ୍ୟାରାଣୀ ଲେଙ୍କା(୧୨)ଙ୍କୁ ମଧ୍ୟ ଦନ୍ତା ମାଙ୍କଡ଼ କାମୁଡି ଦେଇଥିବା ଜଣାଯାଇଛି। ଏହାଛଡା ମାଙ୍କଡ଼ ଦଳ ମଧ୍ୟ ଗୋଡ଼ାଇବା ଯୋଗୁ ଗ୍ରାମର ଚାରି ପାଞ୍ଚ ଜଣ ବ୍ୟକ୍ତି ପଡି ଉଠି ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି। ଘଟଣା ଉପରେ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ