ଅପମୃତ୍ୟୁ ମାମଲା ରୁଜ୍ଜୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ୱର ସିମୁଳିଆ ଅଞ୍ଚଳର ଯୁବକ ସୁଧାଂଶୁ ଶେଖର ଜେନା(୨୮)ବିଷପାନ କରି ଗୁରୁତର ଅବସ୍ଥାରେ ଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଭଣ୍ଡାରିପୋଖରୀ ନିକଟରେ ତାଙ୍କର ଅବସ୍ଥା ବିଗିଡି ଯାଇଥିଲା। ପରିବାର ଲୋକେ ଗୁରୁତର ଯୁବକଙ୍କୁ ସଂଗେ ସଂଗେ ରାଜପଥ ପାର୍ଶ୍ୱ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମେଡିକାଲ ରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇ ଭଦ୍ରକ ପଠାଇ ୨୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।