ଜିଲ୍ଲା ସବ୍-ଜୁନିଅର ବାଳିକା ହକି ଟିମ୍ ର ଭୁବନେଶ୍ଵର ଯାତ୍ରା

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲାର ସବ୍-ଜୁନିଅର ବାଳିକା ହକି ଟିମ୍ ଆଜି ସକାଳେ ଭୁବନେଶ୍ଵର ଯାତ୍ରା କରିଛନ୍ତି। ରାଜଧାନୀ ଭୁବନେଶ୍ଵର ର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସବ୍-ଜୁନିଅର ବାଳିକା ହକି ଚାମ୍ପିଅନସିପରେ ଭାଗ ନେବା ପାଇଁ ଏହି ଜିଲ୍ଲା ଦଳ ଯାତ୍ରା କରିଛନ୍ତି। ଏହି ଦଳରେ ମୋଟ ୧୮ ଜଣ ଖେଳାଳୀ ଏଵଂ ୨ଜଣ ଅଧିକାରୀ ଯାତ୍ରା କରିଛନ୍ତି। ପ୍ରକାଶ ଥାଉକି ଦଳକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହିତ ଏହି ଦଳର ସଫଳତା ନିମନ୍ତେ ଶୁଭ ମନାସି ଥିଲେ। ଉଲ୍ଲେଖ ଯୋଗ୍ୟ ଯେ ବାଲେଶ୍ବର ଜିଲ୍ଲାରେ ସବ୍-ଜୁନିଅର ସ୍ତରରୁ ସିନିୟର୍ ସ୍ତର ପର୍ଯ୍ୟନ୍ତ ହକି ଖେଳରେ ଅନେକ ଉନ୍ନତି ଘଟିଛି। ଜିଲ୍ଲାବାସୀ ଏହି ସବ୍-ଜୁନିଅର ବାଳିକା ହକି ଦଳର ରାଜ୍ୟସ୍ତରୀୟ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ