୧୨ଦଫା ଦାବିନେଇ ବିଧାୟକଙ୍କୁ ଦାବିପତ୍ର ଦେଲେ ସମିତିସଭ୍ୟ
ହାଟଡିହିି, (ବିକାଶ ବିଶ୍ୱାଳ):ଗୋଟିଏପଟେ ସରପଞ୍ଚ ମାନେ ସଂଗଠିତ ହୋେଇ ସେମାନଙ୍କ ଦାବି ପୁରଣ ପାଇଁ ଭୁବନେଶ୍ୱରରେ ଆନେ୍ଦାଳନ ଚଳାଇଥିବାବେଳେ ଅନ୍ୟପଟେ ସମିତିସଭ୍ୟ ସଭ୍ୟା ମାନେ ସଂଗଠିତ ହୋଇ ୧୨ଦଫା ଦାବିନେଇ ଆନେ୍ଦାଳନ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ହାଟଡିହିର ସମିତିସଭ୍ୟ ସଭ୍ୟାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ସମିତିସଭ୍ୟ ସଭ୍ୟା ମାନଙ୍କ ପାଇଁ ଅଫିସ ଗୃହ ନିର୍ମାଣ, ମାସିକ ଭତ୍ତା ୨୦ହଜାର ଟଙ୍କାକୁ ବୃଦ୍ଧି, ପଞ୍ଚାୟତ ଓ ପଞ୍ଚାୟତ ସମିତିର ସମସ୍ତ ବୈଠକରେ ସମିତିସଭ୍ୟ ସଭ୍ୟା ମାନଙ୍କୁ ଯୋଗଦେବାକୁ ଅନୁମତି ଏବଂ ପଞ୍ଚାୟତରେ ସରପଞ୍ଚଙ୍କ ସହ ସମିତିସଭ୍ୟସଭ୍ୟା ମାନଭ୍କର ଯୁଗ୍ମ ସ୍ୱାକ୍ଷର ରହିବାର ବ୍ୟବସ୍ଥା, ବର୍ଷକୁ ଦିଆଯାଉଥିବା ଅନୁଦାନ ରାଶିବୃଦ୍ଧି, ସରକାରଙ୍କ ଉନ୍ନୟନ ମୁଳକ କାର୍ଯ୍ୟରେ ନକଲ ପ୍ରଦାନ, ୧୦ଲକ୍ଷ ଯଙ୍କାର ଜୀବନବୀମା ଓ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣପତ୍ରରେ ସମିତିସଭ୍ୟ ସଭ୍ୟା ମାନଙ୍କର ଦସ୍ତଖତ ରହିବାର ବ୍ୟବସ୍ଥା, ପଞ୍ଚାୟତରାଜ ବିଭାଗରୁ ପଞ୍ଚାୟତ ସମିତିକୁ ଆସୁଥିବା ଉନ୍ନୟନ ମୁଳକ କାର୍ଯ୍ୟ ସମିତିସଭ୍ୟ ସଭ୍ୟା ମାନଙ୍କ ଦ୍ୱାରା କରାଇବା ଭଳି ୧୨ଦଫା ଦାବିନେଇ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମି ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା କରି ପଞ୍ଚାୟତରାଜ ବ୍ୟବସ୍ଥାରେ ସଂଶୋଧନ କରି ବିଧିବଦ୍ଧ ଭାବେ ରାଜପତ୍ର ଅଧିସୁଚନା ପ୍ରକାଶ କରିବାକୁ ନିବେଦନ କରିଛନ୍ତି । ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜ୍ଞାନେନ୍ଦ୍ର ମହାପାତ୍ର, ଧିରେନ୍ଦ୍ର କୁମାର ଜେନା, ଜଗଦାନନ୍ଦ ଜେନା, କୈଳାଶ ରାଉତ, ପ୍ରୀତିପଦ୍ମା ରାଉତ, ପ୍ରକାଶ କୁଅଁର, ନିଳିମା ଜେନା, ଶୁଭଦ୍ରା ଜେନା, ମଧୁସ୍ମିତା ବେହେରା, ଦିବ୍ୟରଞ୍ଜନ ଜେନା, ଦେବବ୍ରତ ବେହେରା, ପଦ୍ମାଳୟା ଜେନା, ଶ୍ରୀକାନ୍ତ ନାୟକ, ତାରିଣୀପ୍ରସାଦ ସେନାପତି, ବାବନ ଚରଣ ସେଠୀ ପ୍ରମୁକ ବିଧାୟକଙ୍କୁ ସାକ୍ଷାତ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ ।