ହାଟଡିହିର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ସଢ଼ା ଲକ୍ଷ୍ମୀନାରାୟଣ ରାଇସ ମିଲ, ମା ମାଧୋଇ ରାଇସ ମିଲ, ବଞ୍ଚୋଛକ, ଓଡିଶା ମୋଟର ଚାଳକ ସଂଘ ଛେନାପଦି ଶାଖା ପ୍ରଭୃତି ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୁର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦୋକାନ ଓ ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ପୂଜା କରାଯାଇଛି । ବଞ୍ଚୋଛକରେ ଅନୁଷ୍ଠିତ ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ବାବୁଲା ଆଚାର୍ଯ୍ୟ ବେଦମନ୍ତ୍ରରେ ପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଆନନ୍ଦପୁର ଉପଖଣ୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ । ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା, ଜିତୁ ଓଝା, ନରେଶ ଓଝା, ସୁକାନ୍ତୀ ଓଝା, ସତ୍ୟସୁନ୍ଦର ଓଝା, ଝାନସୀ ଓଝା, ଅନନ୍ୟା ଓଝା, ପିଙ୍କୁନୁ ଓଝା, କୈଳାଶ ଖୁଣ୍ଟିଆ, ନନ୍ଦ କିଶୋର ବେହେରା, ଅଭିମନୁ୍ୟ ପରିଡା, କୋଦଣ୍ଡଧର ଦାସ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ମା ମାଧୋଇ ରାଇସମିଲରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଏମ.ଡି ପର୍ଶୁରାମ ପେଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ପ୍ରଦୀପ କୁମାର ପେଡା ଓ ପ୍ରମୋଦ କୁମାର ପେଡା, ବଳରାମ ଗିରି, ନରେନ୍ଦ୍ର ବେହେରା, ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନା କରିଥିବାବେଳେ ମାଧବାନନ୍ଦ ଦାସ, ଗଙ୍ଗାଧର ଦାସ, ରମାକାନ୍ତ ଦାସ, ରମେଶ ଜେନା, ଅଜୟ ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିତôଲେ । ଏଥିରେ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ୋସାମନାଥ ଦାସ, ପଢ଼ିଆରିପଲ୍ଲୀ ସରପଞ୍ଚ ଅଜିତ ରାଉତ, ପୁର୍ବତନ ସରପଞ୍ଚ ରାଜେନ୍ଦ୍ର ପାତ୍ର, ବାଙ୍ଗୋର ସରପଞ୍ଚ ଅଙ୍କିତା ପଢ଼ିଆରୀ, ବାଲିବରେଇ ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ଅଜୟ ଘଡେଇ, ନରହରି ପାତ୍ର, ରବିନ୍ଦ୍ର ଲେଙ୍କାଙ୍କ ସମେତ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ଓଡିଶା ମୋଟର ଚାଳକ ସଂଘ ଛେନାପଦିଛକ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । କର୍ତ୍ତା ଭାବେ ପ୍ରମୋଦ ବିଶ୍ୱାଳ, ପ୍ରମୋଦ ବେହେରା ପୂଜାକାର୍ଯ୍ୟ ସମ୍ପାଦାନ କରିଥିବା ବେଳେ ଶଶିକାନ୍ତ ପ୍ରଧାନ, ପର୍ଶୁରାମ ନାୟକ, ଭୀମସେନ ଭୁୟାଁ, ଅଜିତ ଧଳ, ରଞ୍ଜନ ସେଠୀ, ରଞ୍ଜନ ବାରିକ, ରଥ ଜେନା ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।