ଦମ୍ପତ୍ତିଙ୍କୁ ହତ୍ୟା ଘଟଣା, ଆଉ ୭ଜଣଙ୍କୁ ଅଟକ ରଖି ପଚରା ଉଚୁରା

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କ ହତ୍ୟା ଘଟଣାକୁ ୬ଦିନ ବିତିଥିବାବେଳେ ପୁଲିସ ହାତରେ ସେପରି ଠୋସ ପ୍ରମାଣ ମିଳିପାରିନି । ଏହି ଜଘନ୍ୟ ହତ୍ୟା ଘଟଣାରେ ପୁଲିସ ଗତକାଲି ସୁଧା ୧୦ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଆଜି ଆଉ ସାତଜଣଙ୍କୁ ଆଣି ଅଟକ ରଖିଛି । କେନ୍ଦୁଝର କେନ୍ଦୁଝର ସଦର ଏସଡିପିଓ ଓ ଆନନ୍ଦପୁର ଏସଡିପିଓ ପ୍ରମୁଖ ସୋସୋ ଥାନାରେ ଉପସ୍ଥିତ ରହି ସନେ୍ଦହରେ ଅଟକ ଥିବା ଲୋକମାନଙ୍କୁ ପଚରା ଉଚୁରା କରୁଥିବା ଜଣାଯାଇଛି । ଏହି ଘଟଣାରେ କିଛି ସୁରାକ ପୁଲିସ ପାଇଛି କି ନାହିଁ ସେ ସମ୍ପର୍କରେ ପୁଲିସ କୌଣସି ସୁଚନା ଦେଉନି । ତେଣୁ ପୁଲିସ କେବଳ ଅନ୍ଧାରରେ ବାଡି ବୁଲାଇବା ପରି ଲାଗୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ