ଗଞ୍ଜାମ ବ୍ଲକ ଶିକ୍ଷକ ସଂଘର ଗଣଧାରଣା ପଞ୍ଚମ ଦିନରେ
ଗଞ୍ଜାମ, (ବିନୋଦ ପଲାଇ):ରାଜ୍ୟ ଏବଂ ଜିଲ୍ଲା ଏୟୁପିଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁପିଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ଗଞ୍ଜାମ ବିଇଓ ଅଫିସ ସମ୍ମୁଖରେ ଚାଲିଥିବା ସାମୁହିକ ଗଣଧାରଣା ପଞ୍ଚମ ଦିନରେ ପହଞ୍ଚିଛି। ଏଥିରେ ପିଷ୍ଟା,କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି।ଏହାକୁ ସମର୍ଥନ କରି ଗଞ୍ଜାମ ବ୍ଲକର ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା , ଗଞ୍ଜାମ ବ୍ଲକ୍ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବାନାମ୍ବର ପଲାଇ,ଏୟୁପିଟିଏଫ୍ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ପିଷ୍ଟା ଗଞ୍ଜାମ ଜିଲ୍ଲା ସଭାପତି ହେମନ୍ତ କୁମାର ସେଠୀ, ଓପିଟିଏ ଗଞ୍ଜାମ ଜିଲ୍ଲା ଉପ ସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ବ୍ଲକ୍ ଓଷ୍ଟାର ରାମଚନ୍ଦ୍ର ପଲାଇ, ସମ୍ପାଦକ ଶ୍ରୀହର୍ଷ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷା ଅନୁପରିଦର୍ଶକ କୃଷ୍ଣ ମୂର୍ତ୍ତୀ ଏବଂ ରାଜ୍ୟ ଶିକ୍ଷକ ସଂଘର ପୂର୍ବତନ ବରିଷ୍ଠ ଶିକ୍ଷକ ନେତା ଦେବେନ୍ଦ୍ର ମହାରଣା ଧାରଣ ସ୍ତଲରେ ପହଞ୍ଚି ଆଲୋଚନା କରିଥିଲେ।ଏୟୁପିଟିଏଫ୍ ଗଞ୍ଜାମ ବ୍ଲକ୍ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକଙ୍କ ଗଣ ଧାରଣା ଚାଲୁ ରହିଛି।ଏହି ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଶିକ୍ଷକ ନିରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ।