ଆସନ୍ତା ୨୦ସେପ୍ଟେମ୍ବର ରେ ମୟୂରଭଞ୍ଜ ଜିଲ୍ଲା ୧୨ଘଣ୍ଟିଆ ହରତାଳ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କୁଡୁମି ଏକତା ମଞ୍ଚ ଓଡିଶା ପକ୍ଷରୁ ପ୍ରୁବରୁ କୁଡୁମି ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ଦାବିନେଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା I ଓଡିଶା ସରକାରଙ୍କ କମିଶନର ତଥା ସଚିବଙ୍କ ପତ୍ର ସଂଖ୍ୟା ୧୩୩୮୯ / ଏସ.ଏସ.ଡି ତାରିଖ ୧୦/୦୭/୨୦୧୩ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ନଂ-୩୭୩୨/ଡି.ଡବ୍ଲ୍ୟୁ,ଓ ମୟୁରଭଞ୍ଜ ତାରିଖ ୨୨/୮/୨୦୧୩ ରିଖରେ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ କୁଡୁମି ଜନଜାତିର – ଆଦିମ ଅଧିବାସୀ ସମ୍ପର୍କରେ ପ୍ରମାଣ , ସାଂସ୍କୃତିକ ପରମ୍ପରା (ପ୍ରକୃତି ପୂଜକ) , ଭୌଗୋଳିକ ଦୃଷ୍ଟିକୋଣରୁ ଭିନ୍ନତା , ଉଚ୍ଚ ଜାତିଙ୍କ ସହ ସମ୍ପର୍କ ଆଦି ବିଷୟରେ ସର୍ଭେ କରି ସାତଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାଲାଗି ନିର୍ଦ୍ଦେଶ ଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର କୌଣସି ତହସିଲଦାର କୌଣସି ସର୍ଭେ ପାଇଁ ପଦକ୍ଷେପ ନେଇନାହାନ୍ତି ତେଣୁ ଓଡ଼ିଶା କୁଡୁମି ଏକତା ମଞ୍ଚ ପକ୍ଷରୁ ଯଶୀପୁର ସ୍ଥିତ କୁଡ଼ୁମି ସାମାଜିକ ସାଂସ୍କୃତିକ ଭବନ ଠାରେ ଓଡିଶା କୁଡ଼ୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ ଓ କୁଡୁମି ଏକତା ମଞ୍ଚର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ କରି ପ୍ରେସ୍ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି କି ଆଗାମୀ ୨୦ ତାରିଖ ବୁଧବାର ଦିନ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସାରା ମୟୂରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ଓଡିଶା କୁଡୁମି ସେନାର ରଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ ଙ୍କ ସମେତ କୁଡୁମି ଏକତା ମଞ୍ଚର ସମ୍ପାଦକ ବେଣୁଧର ମହାନ୍ତ, ଲାଲମୋହନ ମହାନ୍ତ, ଚକ୍ରଧର ମହାନ୍ତ,ରମାକାନ୍ତ ମହାନ୍ତ, ଦେବେନ୍ଦ୍ର ମହାନ୍ତ, ଲଳିତ କୁମାର ମହାନ୍ତ, ରଘୁନନ୍ଦନ ମହାନ୍ତ, ଧର୍ମେନ୍ଦ୍ର ମହାନ୍ତ,ରତିକାନ୍ତ ମହାନ୍ତ ଓ ହିମାଂଶୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।