୪୯ ନମ୍ବର ଜାତୀୟ ରାଜପଥ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି କରଞ୍ଜିଆ ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରକୁ ମୟୂରଭଞ୍ଜ ଜିଲ୍ଲାପାଳ ଵିନିତ ଭରଦ୍ୱାଜ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଆସିଥିବା ବେଳେ ଯଶିପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ନେତୃତ୍ବରେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ନେତାମାନଙ୍କ ଉପସ୍ଥିତିରେ ଯଶିପୁର ବଜାର ମଧ୍ୟରେ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ୨୭ ତାରିଖ ସୁଦ୍ଧା ଯଦି ଏହାର କାର୍ଯ୍ୟ ଆରମ୍ଭ କରାନଯାଏ ତେବେ ଆଗାମୀ ୨୮ ତାରିଖରୁ ଦଳ ପକ୍ଷରୁ ବଜାର ମଧ୍ୟରେ ଯାଉଥିବା ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଜିଲ୍ଲାପାଳ ସମସ୍ତ ନେତୃବୃନ୍ଦ ଙ୍କୁ ଏହାର କାର୍ଯ୍ୟ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ସୂଚନାଯୋଗ୍ୟ ଯେ ଏହି ରାଜପଥ ଯଶିପୁର ବଜାର ସହ ସିଙ୍ଗଡ଼ା ଠାରୁ ଟଙ୍ଗାବିଲା ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ଥିବାରୁ ଦୈନିକ କୈାଣସି ନା କୈାଣସି ସ୍ଥାନରେ ଦୁର୍ଘଟଣା ହେଉଛି। ତେଣୁ ଯଥାଶୀଘ୍ର ଏହି ଦୁଇଟି ସ୍ଥାନରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ