ସବୁଆଡ଼େ ହେଲା ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ଦିନ ଗାଁ ଠୁଁ ସହର ସବୁଆଡ଼େ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଛି। ବିଭିନ୍ନ କଳ କାରଖାନା, ବୈଷୟିକ ଅନୁଷ୍ଠାନ ପକ୍ଷରୁ ପ୍ରଥାନୁସାରେ ବିଭିନ୍ନ ସ୍ଥାନ ରୁ ପାଣି ତୋଳା କାର୍ଯ୍ୟ ସରିବାପରେ ବିଭିନ୍ନ ଯନ୍ତ୍ରାଂଶ, ମେସିନ ସମ୍ମୁଖରେ ସ୍ଥାପନା କରଯାଇଥିଲା। ସେଠାରେ ନିର୍ମିତ ମଣ୍ଡପ ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ମୃଣୟୀ ମୂର୍ତ୍ତି କୁ ପୂଜା କରଯାଇଥିଲା। ବିଶ୍ଵକର୍ମା ପୂଜା ଅବସର ରେ ବିଭିନ୍ନ ଅନୁଷ୍ଠାନ କୁ ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରାଯାଇଥିବା ବେଳେ ଅନୁଷ୍ଠାନ ସମ୍ମୁଖ ରେ ସୁନ୍ଦର ଆକର୍ଷଣୀୟ ତୋରଣ କରାଯାଇଛି। ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ