ଘୋର ଅନ୍ଧକାରରେ ପ୍ରାଥମିକ ଶିକ୍ଷ୍ୟା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଆହୂତ ପ୍ରାଥମିକ ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଶିକ୍ଷା କ୍ଷେତ୍ର ରେ ନାହିଁ ନଥିବା ସମସ୍ୟା ଦେଖା ଯାଇଛି, ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ ତାଲା ପଡିଥିବା ଯୋଗୁ ଘରକୁ ଫେରିଛନ୍ତି ସେହିପରି ଅଭିଭାବକ ମାନେ ମଧ୍ୟ ପିଲା ମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ,କେବେ ସରିବ ଶିକ୍ଷକ ମାନଙ୍କ ଆନ୍ଦୋଳନ ଓ କେବେ ଖୋଲିବ ବିଦ୍ୟାଳୟ ର ତାଲା ଏମିତି ଦ୍ଵନ୍ଦରେ ପଡିଛନ୍ତି ଛାତ୍ରଛାତ୍ରୀ ମାନଙ୍କ ମା ମାନେ।ଆଜିର ଆନ୍ଦୋଳନ ରେ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସାମୁହିକ ଭାବେ ବିଦ୍ୟାଳୟ ବନ୍ଦ କରି ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ସମୂହ ଧାରଣା ରେ ବସିଥିଲେ । ଉକ୍ତ ଧାରଣା ରେ ଭଞ୍ଜନଗର ବ୍ଲକ ର ୧୭୨ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ପୂର୍ବ ନିର୍ଦ୍ଧାରିତ ୩ ଦଫା ଦାଵୀ ସମୂହ ଯଥା ୧) ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ(ମୂଳ ବେତନ ଲେଭେଲ୍ -୯ ଏବଂ ଗ୍ରେଡ ପେ – ୪୨୦୦ ଅନୁଯାୟୀ)ପ୍ରଦାନ କରାଯାଉ।ନୂତନ ପେନସନ ପ୍ରଥା ଉଚ୍ଛେଦ କରାଯାଇ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ଭାବରେ ଚାଲୁ ରହିବ ଯେଉଁ ପର୍ଯ୍ୟନ୍ତ ସରକାର ଉପରୋକ୍ତ ଦାବି ପୁରଣ କରିନାହାନ୍ତି। ଆଜିର ଏହି କାର୍ଯକ୍ରମ ରେ AUPTF ସଭାପତି ତ୍ରିନାଥ ପଟ୍ଟନାୟକ ଓ ସମ୍ପାଦକ ରାଜେଶ କୁମାର ପ୍ରଧାନ ,NPS ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସଞ୍ଜୟ କୁମାର ପ୍ରଧାନ ଓ ସମ୍ପାଦକ କାଳୀ ଚରଣ ସେଠୀ ଓ ମିଡ଼ିଆ ସଂଯୋଜକ ଶିବାଶିଷ ବେହେରା , ସୁଜିତ୍ କୁମାର ସ୍ବାଇଁ ଏବଂ ବରିଷ୍ଠ ଶିକ୍ଷକ ଶି୍ଷୟିତ୍ରୀମାନେ ଯୋଗଦାନ କରିଥିଲେ।ଶିକ୍ଷା ର ବିକାଶ ରେ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଯେଉଁ ମାନେ ଶିକ୍ଷା ଦାନ କରିବେ ସେମାନଙ୍କୁ ହତାଦର କରିବା କେତେ ଯୁକ୍ତିଯୁକ୍ତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ