ଆଙ୍କୋରଡ଼ା ଗ୍ରାମରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସେକ୍ଟର ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଆଙ୍କୋରଡା ଗ୍ରାମ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ଯକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଆଇନଜୀବି ହରପ୍ରସାଦ ରଥ ଏବଂ ସରପଞ୍ଚ ପ୍ରତିନିଧି ଶିଶିର କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସୁସ୍ଥ ଭାରତ ଏବଂ ସଶକ୍ତ ଭାରତ ଗଠନ ଦିଗରେ ସମସ୍ତଙ୍କୁ ପୋଷଣଯୁକ୍ତ ଶ୍ରୀଅନ୍ନର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ସବୁ ସ୍ତରରେ ସମ୍ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ।ଏହି ଅବସରରେ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯିବା ସହ ମୋ ଗେହ୍ଲାଝିଅ ଯୋଜନାର ସୌଭାଗ୍ଯଶାଳୀ ମା’ ରୋଜି ପ୍ରଧାନଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ‘ସାଧନା’ ମହିଳା ସଂଘର ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଅଙ୍ଗନବାଡି କର୍ମୀ ଗାୟତ୍ରୀ ପାତ୍ର, ରଶ୍ମିତା ପାତ୍ର, ଅର୍ଚ୍ଚନା ପାଢୀ, ଭାରତୀ ପାଢ଼ୀ, ରୋଜି ପ୍ରଧାନ, ଅଳକା ମହାନ୍ତି, ଏନ୍. କସ୍ତୁରୀ, ସ୍ନେହଲତା ବେହେରା, ଝୁନୁ ସେଠୀ, ଗୌରୀ ସେଠୀ, ସବିତା ବେହେରା, ସ୍ନେହଲତା ଆଚାରୀ, ଅହଲ୍ଯା ପ୍ରଧାନ, ସୁନିତା ପାତ୍ର, ଆଶାଲତା ଦୋରା, ସରିତା ପ୍ରଧାନ, ବିଦେଶିନୀ ବିଷୋୟୀ, ସରିତା ନାହାକ, ରଞ୍ଜିତା ବେହେରା, ପ୍ରମୁଖ ସହଯୋଗ କରିଥିଲେ।