ଦିଗପହଣ୍ଡି ଏ ଏନ୍ ଏମ ସେଣ୍ଟର ରେ ତାଲା ଭାଙ୍ଗି ଚୋରି

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସି କାର୍ଯ୍ଯାଳୟ ପାର୍ଶ୍ଵ  ରାଜମାତା ବିଦ୍ୟାଳୟ ପରିସରରେ ଥିବା ଏନ୍ ଏ ଏମ ସେଣ୍ଟର ର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଚୋରି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏପରିକି ବିଦ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା ଦିଗପହଣ୍ଡି ଏନ୍ଏସିର ୭, ୧୦ ଏବଂ ୧୧ ନମ୍ବର ଓ୍ବାର୍ଡର ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ସମସ୍ତ କୋଠରୀ ଗୁଡିକର କବାଟ ତାଲା ଭାଙ୍ଗି ପ୍ରାକ୍ ବିଦ୍ୟାଳୟ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସାମଗ୍ରୀ , ଖେଳଣା ଭଙ୍ଗାରୁଜା କରିବା ସହ ଏଣେତେଣେ ଫିଙ୍ଗା ଫୋପଡା କରିଥିବା ଦେଖାଯାଇଛି।ଏପରିକି ଅନ୍ୟ ଏକ କୋଠରୀରେ ମହିଳା ସ୍ବାସ୍ଥ୍ୟକର୍ମୀ ବିଷ୍ଣୁପ୍ରିୟା ମହାନ୍ତିଙ୍କ ତତ୍ତ୍ୱାବଧାନରେ ରଖାଯାଇଥିବା ଏ ଏନ୍ ଏମ ସେଣ୍ଟର ର ସ୍ବାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ କିଛି ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ବେଳେ  ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଭଙ୍ଗାରୁଜା ହୋଇ ଏଣେତେଣେ ପଡିଥିବା ଦେଖାଯାଇଛି। ରବିବାର  ଘଟଣା ସମ୍ପର୍କରେ ଦିଗପହଣ୍ଡି ପୋଲିସ ନିକଟରେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ  ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ