ତ୍ରିନାଥ ଠାକୁର ଉଠା ଦୋକାନୀ ସଂଘର ବାର୍ଷିକ ଉତ୍ସବ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଉଠା ଦୋକାନୀ ସଂଘର ବାର୍ଷିକୋତ୍ସବ ପୁରୁଣା ବସଷ୍ଟାଣ୍ଡ ସ୍ଥିତ  ମା’ ଗ୍ରାମଦେବତୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘର ସଭାପତି ପରେଶ ଚନ୍ଦ୍ର ରଥ ଅଧ୍ଯକ୍ଷତା କରିଥିବା ବେଳେ ଆଇନଜୀବି ହରପ୍ରସାଦ ରଥ, ଏନ୍ଏସି ର ସିଏମଏମ ଶଶିଭୂଷଣ ଦତ୍ତ ଏବଂ ସଂଘର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।ସହରରେ ଉଠା ଦୋକାନୀ ମାନଙ୍କ ବିବିଧ ସମସ୍ୟା ଉପରେ ଅତିଥି ବୃନ୍ଦ ଆଲୋକପାତ କରିବା ସହ ସଂଘର ଏକତା ହିଁ ସମାଧାନର ପନ୍ଥା ବୋଲି କହିଥିଲେ।ଏହି ଅବସରରେ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ଶେଷରେ କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସଂଘର ସମ୍ପାଦକ ବାବୁଲା ଚୌଧୁରୀ, ପି.ଶିବ ପାତ୍ର, ବଳିଆ ଚୌଧୁରୀ, ସନ୍ତୋଷ କୁମାର ସାହୁ, ଉଜ୍ଜ୍ୱଳ ସାହୁ, ସଞ୍ଜୟ ସ୍ବାଇଁ, ବି. ସାଥିରାଜୁ ରେଡି, ଚନ୍ଦନ ସାହୁ, ଅଭିମନ୍ୟୁ ସାସମଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ