ଠିକା କାମ କୁ ନେଇ ହତ୍ୟା ଉଦ୍ୟମ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ସୋମବାର ହତ୍ୟା ଉଦ୍ୟମ ମାମଲା ରେ ଚକାତେନ୍ତୁଳି ଗ୍ରାମ ର ପ୍ରଶାନ୍ତ ଦଣ୍ଡସେନା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।  ଅଭିଯୁକ୍ତ ପ୍ରଶାନ୍ତ ଏବଂ ତାଙ୍କ ଗ୍ରାମର ଦୁଃଖୀଶ୍ୟାମ ଗୈାଡ ଉଭୟ ଠିକା କାମ କରୁଥିବା ବେଳେ ପୋଡାମାରୀ ଅଞ୍ଚଳରେ ଏକ ଘର କାମ ପାଇଁ ପ୍ରଥମେ ପ୍ରଶାନ୍ତ ଠିକା ନେଇଥିଲେ । ପରବର୍ତ୍ତୀ ସମୟରେ  ଏହି ନିର୍ମାଣ କାର୍ଯ୍ୟକୁ ଦୁଃଖୀଶ୍ୟାମ ନେଇଥିବା ଜାଣିପାରି ଗତ ମଙ୍ଗଳବାର  ସନ୍ଧ୍ୟା ପ୍ରାୟ ୭ ଟା  ଉଭୟଙ୍କ ମଧ୍ୟରେ ଗାଁ ଛକରେ ପାଟିତୁଣ୍ଡ ପରେ ଧସ୍ତାଧସ୍ତି ହୋଇଥିଲା । ଘଟଣା ଶୁଣିବା ପରେ ଦୁଃଖୀଙ୍କ ପୁଅ ଜିତେନ୍ଦ୍ର ଗୈାଡ ସେଠାକୁ ଆସି ହସ୍ତକ୍ଷେପ କରିବା ସହ ପ୍ରଶାନ୍ତ ଙ୍କୁ ଗାଳି ଗୁଲଜ ସହ ଧମକ ଦେଇଥିଲେ। ଅଭିଯୁକ୍ତ ପ୍ରଶାନ୍ତ ଏଥିରେ ଉତ୍ତେଜିତ ହୋଇ ଏକ ଲୁହା କୋଡ଼ି ସାହାଯ୍ୟରେ ଜିତେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି।  ଘଟଣାପରେ ଦୁଃଖୀଶ୍ୟାମ ଗତ ଗୁରୁବାର ଦିନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି  ଥାନା ମାମଲା ନଂ. ୩୪୨/୨୩ ଅନୁଯାୟୀ ପୋଲିସ ମକଦ୍ଦମା  ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସୋମବାର  ପୋଲିସ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।  ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇଦିଆଯାଇଥିବା ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ