ଓଡ଼ିଆ ମହିଳାଙ୍କୁ ପାଞ୍ଚଜଣ ତାମିଲଙ୍କ ଧର୍ଷଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦିନ ତାମିଲନାଡ଼ରୁ ଶିବଗଙ୍ଗା ଜିଲ୍ଲାର ମନମଦୁରାଇଠାରେ ୫ (ପାଞ୍ଚ)ଜଣ ତାମିଲ ଜଣେ ଓଡ଼ିଆ ମହିଳାଙ୍କୁ ଗଣଧର୍ଷଣ (ଗ୍ୟାଙ୍ଗରେପ) କରିଥିବାରୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ଗଭୀର କ୍ଷୋଭ ଓ ଉଦ୍ବେଗ ପ୍ରକାଶ କରାଯିବା ସହ ଏହି ଘଟଣାର ନିନ୍ଦା କରାଯାଇଛି । ଉକ୍ତ ୫ (ପାଞ୍ଚ) ଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି । ପ୍ରବାସୀ ଓଡ଼ିଆ ମାନଙ୍କୁ ସୁରକ୍ଷା ଦେବାରେ ନବୀନ ପଟ୍ଟନାୟକ ବିଫଳ ହୋଇଥିବାରୁ ଅପାରଗ ଓ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ଦାବି କରିଛି । ପ୍ରବାସୀ ଓଡ଼ିଆମାନଙ୍କର ଧନ, ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ କୌଣସି ସଫଳ ସ୍କିମ୍ କାର୍ଯ୍ୟକାରୀ ନକରି ଭୋଟ ପାଇବା ପାଇଁ ନକଲି ସହାନୁଭୂତି ପ୍ରଦର୍ଶନ କରୁଥିବାରୁ ବାରମ୍ବାର ପ୍ରବାସୀ ଓଡ଼ିଆ ମାନଙ୍କର ଶବ ଓଡ଼ିଶାକୁ ଫେରୁଛି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ପ୍ରବାସୀ ଓଡ଼ିଆମାନେ ଏକଜୁଟ ହୋଇ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରୀ ରାଉତ ଆହ୍ୱାନ ଦେଇଛନ୍ତି ।