କଅଁଳ ହାତରେ ବିଶ୍ୱର କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଆରାଧନା କରିବାର ଦିନଟିଏ । ଗାଆଁଠୁ ସହର ସବୁଠି ରହିଛି ଉତ୍ସବ ମୁଖର ପରିବେଶ । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ୍‌, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜିତ ହୋଇଛି ଏହି ପୂଜା । ପୂଜାମଣ୍ଡପ ଗୁଡ଼ିକରେ ସୁଉଚ୍ଚ ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜାକୁ ନେଇ ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଛି । ପ୍ରତିଯୋଗିତାରେ ଏହି ମାହୋଲ ଭିତରେ ଏକ ନିଆରା ଢ଼ଙ୍ଗରେ ବିଘ୍ନରାଜଙ୍କ ଆବାହନ ପାଇଁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ର ତଥା କୁନି ଚିତ୍ରଶିଳ୍ପୀ ରୂପେ ପରିଚିତ ଶାନ୍ତନୁ ଶାନ୍ତିସ୍ୱରୂପ ଏକଇଞ୍ଚ ଉଚ୍ଚତା ବିଶିଷ୍ଟ କ୍ଷୁଦ୍ରତମ ଆକର୍ଷଣୀୟ ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହ ତାଙ୍କୁ ଗଛର ପତ୍ରରେ ବିରାଜମାନ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି ।ପ୍ରତିବର୍ଷ ଗଣେଶ ପୂଜାରେ କିଛି ନା କିଛି ଅଲଗା କଳାକୃତି ମାଧ୍ୟମରେ ନିଆରା ବାର୍ତ୍ତା ଦେବାକୁ ଚେଷ୍ଟା କରିଥାନ୍ତି ଶାନ୍ତନୁ । କଅଁଳ ବୟସରେ ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ମୂର୍ତ୍ତି ଦେହରେ ଜୀବନ୍ୟାସ ଦେଉଥିବା ଏହି କୁନି ଶିଳ୍ପୀ ଗଣେଶ ପୂଜା ଅବସରରେ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ତିଆରି କରି ବିସ୍ମୟ ସୃଷ୍ଟି କରିଛନ୍ତି । ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଏକଘଣ୍ଟାର କଠିନ ପରିଶ୍ରମ କରି ସେ ଏପରି ଏକ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରିପାରିଛନ୍ତି ବୋଲି ସେ କହିଛନ୍ତି । ସୁପର କ୍ଳେ କୁ ବ୍ୟବହାର କରି ସେ ମୂର୍ତ୍ତିଟିକୁ ତିଆରିଛନ୍ତି, ଯାହା ପରିବେଶଧର୍ମୀ ଉପରେ ଆଧାରିିତ । ଏହା ପରିବେଶକୁ ପ୍ରଦୂଷଣ କରିବ ନାହିଁ । ନିଖୁଣ ରୂପେ ତିଆରି ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବା ନେଇ ସମ୍ଭାବନା ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ