ଛତ୍ରପୁର ବ୍ଲକ ଶିକ୍ଷକ ସଂଘର ଗଣଧାରଣା
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ଏବଂ ଜିଲ୍ଲା ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଛତ୍ରପୁର ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ୍ ଗୋଷ୍ଠୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଠିକା ନିଯୁକ୍ତି ବାତିଲ ସହ ଛଅ ବର୍ଷ କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରି ନୋସଲାନ ଇଂକ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳି ନିର୍ଦ୍ଧାରଣ କରିବା, କେନ୍ଦୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଥିଲା । ଏହି ଗଣ ଧାରଣାରେ ଛତ୍ରପୁର ବ୍ଲକର ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।