ଆକତପୁର ଯୁବକ ସଂଘର ସାର୍ବଜନୀନ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଆକତପୁର ଦୁର୍ଗାମଣ୍ଡପଠାରେ ଆକତପୁର ଯୁବକ ସଂଘ ପରିସରରେ ସଂଘର ସଭାପତି ହିମାଂଶୁ ଶେଖର ଦାସଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ପାର୍ବଣ ପୂଜା ମହା ସମାରୋହରେ ପାଳନ କରାଯିବା ପାଇଁ ସମସ୍ତ ସଭ୍ୟମାନେ ମତପ୍ରକାଶ କରିଥିଲେ । ଗତବର୍ଷର ପୂଜାର ଆୟ ଓ ବ୍ୟୟର ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ସଭ୍ୟଙ୍କୁ ସଂଘର କୋଷାଧ୍ୟକ୍ଷ ସୁଜିତ୍ ଆଶ୍ ଅବଗତ କରାଇବା ସହିତ ଏ ବର୍ଷର ପୂଜାର ଆୟ ଓ ବ୍ୟୟ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ଚଳିତବର୍ଷ ବ୍ୟୟ ଟ. ୨,୫୦,୦୦୦/- (ଦୁଇଲକ୍ଷ ପଚାଶ ହଜାର) ଭିତରେ ସୀମିତ ରଖିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସମ୍ପାଦକ ଶ୍ରୀ ସୁଶାନ୍ତ ସାହୁ ଏକ ପ୍ରସ୍ତାବ ଆଗତ କରିଥିଲେ ଯେ ଏ ବର୍ଷ ମା’ ଦୁର୍ଗାଙ୍କ ବିସର୍ଜନ ମୂର୍ତ୍ତି ଦଶହରା ପର ଦିନ ସକାଳୁ ୭ ଘଟିକା ସୁଦ୍ଧା ବାହାର କରି ଯଥାଶୀଘ୍ର ସିନେମାଛକରେ ପହଞ୍ଚାଇ ଦେଲେ ପ୍ରତିବର୍ଷ ପରି ପୋଲିସ୍ ଦ୍ୱାରା ଦିଆଯାଉଥିବା ମିଥ୍ୟା କେସ୍‌ରୁ ବର୍ତ୍ତିଯାଇ ପାରନ୍ତେ । ସମସ୍ତ ସଭ୍ୟମାନେ ମଧ୍ୟ ଏଥିରେ ରାଜି ହୋଇଥିଲେ ଓ ମା’ଙ୍କ ମୂର୍ତ୍ତି ସକାଳ ୭ ଘଟିକା ସୁଦ୍ଧା ବାହାର କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ସଭ୍ୟ ପ୍ରଶାନ୍ତ ସାହୁଙ୍କ ଦ୍ୱାରା ମଣ୍ଡପର ଆଧୁନୀକୀକରଣ ଓ ସାଜସଜ୍ଜା ଭଲ ଭାବରେ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାପାଇଁ ସଭାପତି ହିମାଂଶୁ ଶେଖର ଦାସଙ୍କ ପ୍ରସ୍ତାବକୁ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ସଭ୍ୟ ସୁଯଗ୍ୟ ଚନ୍ଦ୍ର ସେନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଶ୍ରୀ ଗୌରାଙ୍ଗ ଚରଣ ସେନ, ସମୀର ସେନ୍‌, ମିହିର ସେନ୍‌, ଅଶୋକ ସେନ୍‌, ରଞ୍ଜିତ୍ କୁମାର ଦାସ, ଶ୍ରବଣ କୁମାର ସେନ୍‌, ଆଶିଷ ଦାସ, ଦେବାଶିଷ ଦାସ, ସମରେଶ ସେନ୍‌, ପରେଶ ସେନ୍ ପ୍ରଭୃତି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ