ଜିଲ୍ଲାସ୍ତର ବିଜ୍ଞାନ ନାଟକ ପ୍ରତିଯୋଗିତା

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲାସ୍ତର ବିଜ୍ଞାନ ନାଟକ ପ୍ରତିଯୋଗିତାଜିଲ୍ଲାସ୍ତର ବିଜ୍ଞାନ ନାଟକ ପ୍ରତିଯୋଗିତା ଜିଲ୍ଲାସ୍ତର ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭୋଗରାଇ ବ୍ଲକର ଦହମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ବିଜ୍ଞାନ ନାଟକ ‘ବଚାଓ’ ପ୍ରଥମ ସ୍ଥାନ ଅଧିକାର କରି ଆଜି ଡି. ଏନ ହାଇସ୍କୁଲ, କେନ୍ଦୁଝର ଠାରେ ଜୋନାଲ ସ୍ତରରେ ମଧ୍ୟ ପୁଣି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।’ମିଲେଟସ – ଦ ସୁପର ଫୁଡ’ ଥିମ ଉପରେ ଆଧାରିତ ଏହି ବିଜ୍ଞାନ ନାଟକର ନିର୍ଦ୍ଦେଶକ ଶିକ୍ଷକ ଚନ୍ଦନ କୁମାର ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଛାତ୍ର ଅଦୈତ୍ୟ ବାରିକଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି ।ଇଷ୍ଟର୍ଣ୍ଣ ଜୋନର ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ, ଅନୁଗୁଳ ଆଦି ପାଞ୍ଚଟି ଜିଲ୍ଲାକୁ ପଛରେ ପକାଇ ଅଭିନେତା ପିୟୁ ପ୍ରକାଶ ସେଠୀ, ପ୍ରୀତମ ପ୍ରକାଶ ପାତ୍ର, ରୁଦ୍ର ନାରାୟଣ ପାତ୍ର, ଭୋଳାନାଥ ଜେନା, ଆଲୋକ ରଞ୍ଜନ ଚାନ୍ଦ, ତମନ୍ନା ପାତ୍ର ଏବଂ ମାମାଶ୍ରୀ ମାଝି ଙ୍କ ନିଖୁଣ ଅଭିନୟ, ନାଟ୍ୟକାର ଶିକ୍ଷକ ଦେବବ୍ରତ ଦେଙ୍କ ବଳିଷ୍ଠ ନାଟ୍ୟ ରଚନା ଏବଂ ଦହମୁଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ଜ୍ୟୋତି ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ନାଟକ ସମଗ୍ର ବାଲେଶ୍ଵର ଜିଲ୍ଲାକୁ ଗୌରବାନିତ୍ବ କରିପାରିଛି ।
ଏ ସମସ୍ତ କାର୍ଯ୍ୟ ନିମନ୍ତେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଲୋକ କୁମାର ପ୍ରଧାନ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ , ଶିକ୍ଷା କର୍ମଚାରୀ ଓ ଭୋଗରାଇ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଆନ୍ତରିକ ସହଯୋଗ କରିଛନ୍ତି। ଏଥିପାଇଁ ବାଲେଶ୍ୱରର ଜିଲ୍ଲା ଶିକ୍ଷାଧିକାରୀ ଓ ଭୋଗରାଇର ଗୋଷ୍ଠୀ ଶିକ୍ଷଧିକାରୀଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ