ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଆଜକୁ ୧୪ଦିନ ଧରି କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗଣଧାରଣା ଚଳାଇ ଆସୁôଛି । ଦୀର୍ଘ ବର୍ଷ ଧରି ଲଗାତର ଭାବେ ବିଭିନ୍ନ ମହଲରୁ ଜିଲ୍ଲାବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବି ପ୍ରତି ସ୍ୱର ଉଠୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଏହାକୁ ନେଇ ଜିଲ୍ଲାରେ ପ୍ରବଳ ପ୍ରତିକ୍ରୀୟା ସୃଷ୍ଟି ହେଉଛି । କ୍ରିୟାନୁଷ୍ଠାନ କମିଟି ଦାବି ହାସଲ ପାଇଁ ଆଗାମୀ ୨୩ତାରିଖ ଦିନ ସରକାରଙ୍କ ସହ ମୁକାବିଲା ମୂଳକ ପ୍ରତିରୋଧ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଆଜି ଡେରାବିଶି ବ୍ଲକ ସଭାପତି ନିରଞ୍ଜନ କରଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଆପ୍ ସଭାପତି ସନ୍ଦୀପ୍ତ ଦାସ, ରାଧାକାନ୍ତ ଦାଶ, ଶ୍ରୀଚରଣ ସାମଲ, ଦିଲ୍ଲିପ ସାହୁ, ମଧୁସୁଦନ ବାରିକ, ସୀତାକାନ୍ତ ନାୟକ, କ୍ଷୀତିଶ କୁମାର ସିଂହ, କୁଞ୍ଜ ବିହାରୀ ଦାସ, ସୁହାନା ବିବି, ହୃଷିକେଶ ବେହେରା, ତନୁଜା ଥାପା, ପୂର୍ଣ୍ଣାନନ୍ଦ ବେହେରା, ଭରତ ଚନ୍ଦ୍ର ଚୂଳି, ଅଭିମନ୍ୟୁ ରାଉତ, କୁଳମଣୀ ନାୟକ, ଭାଗୀରଥି ଜେନା, ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ଆଦିକନ୍ଦ ରାଉଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଆଗାମୀ ୨୩ତାରିଖରେ ହେବାକୁ ଥିବା ପ୍ରତିରୋଧ ଆନ୍ଦୋଳନକୁ ଅଧିକ ଶକ୍ତିଶାଳି କରିବା ପାଇଁ ଅପରାହ୍ନରେ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ ଓ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପଟ୍ଟାମୁଣ୍ଡାଇରେ ଅନୁଷ୍ଠିତ ଜନଚେତନା କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଲୋକଙ୍କ ସହଯୋଗ କାମନା କରିଥିଲେ ।