ପଞ୍ଚମାରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ଉପକଣ୍ଠସ୍ତ ପଞ୍ଚମା ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରରେ ଗଣେଶ ପୂଜା ଅବସରରେ ମଙ୍ଗଳବାର ଲକ୍ଷ୍ୟଧିକ ଭକ୍ତଙ୍କ ସମାଗମ ହୋଇଥିଲା, ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ ମଧ୍ୟ୍ୟ ରାତ୍ରିରେ ମନ୍ଦିରରେ ପହଞ୍ଚି ଶ୍ରୀ ଗଣେଶଙ୍କ ପୂଜା ଅର୍ଚନା କରିଥିଲେ, ଏହିଅବସରରେ ଜିଲ୍ଲା ପରିଷଦର ଉପାଧକ୍ଷା ରାଜେଶ୍ଵରୀ ଦୋରା, ରଙ୍ଗେଈଲୁଣ୍ଡା ବିଜେଡି ବ୍ଲକ ସଭାପତି ଶ୍ରୀ ଅଜିତ ଦାସ, ସ୍ଥାନୀୟ ସରପଞ୍ଚ ଅଜିତ ରାଉଳ, ରଙ୍ଗେଈଲୁଣ୍ଡା ବ୍ଲକ ଅଧକ୍ଷା ସିଏଚ. ଉଷାରାଣୀ, ଜିଲ୍ଲାପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ, ରାମହରୀ ପାତ୍ର, ବିଷ୍ଣୁପ୍ରିୟା ନାୟକ, ଭକ୍ତବଚ୍ଛଳ ନାହାକ, ସମାଜସେବି ଏମ. ଶିବ ପାତ୍ରଙ୍କ ସମେତ ବହୁ ବିଜେଡି ଦଳିୟ କର୍ମୀ, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ, ପରେ ଶ୍ରୀ ଦାସ ସେଠାରୁ ବାହାରି ବିଭିନ୍ନ ପୂଜା ମଣ୍ଡପରେ ଠାକୁରଙ୍କୁ ଦର୍ଶନ୍ନ କରିବା ସହ ପୂଜା କରିଥିଲେ, ପରେ ବକ୍ସସିପୋଲି ପଞ୍ଚାୟତରେ ପହଞ୍ଚି ଶ୍ରୀଯୁକ୍ତ ଦାସ ଦୁଇଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ଶୁଭ ଉଦ୍ଘାଟନ କରିବାପରେ ଗ୍ରାମରେ ଥିବା ବୀରବ୍ରହ୍ମା ମନ୍ଦିରରେ ପୂଜାଅର୍ଚ୍ଚନା କରିଥିଲେ, ଏହିଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀ ନାରସୀଙ୍ଗୁଲୁ ରାଓ ଓ ସମିତି ସଭ୍ୟ ଶ୍ରୀ ଜୟସେନ ସାହୁ ଉପସ୍ଥିତ ଥିଲେ, ସେଠାରୁ ଗୋପାଳପୁର ମହାବିଦ୍ୟାଳୟକୁ ଯାଇଥିଲେ, ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଶ୍ରୀ ଦାସଙ୍କୁ ପାଛୋଟି ନେଇ ଥିଲେ ପୂଜାମଣ୍ଡପ ନିକଟକୁ, ଛାତ୍ର ସାଂସଦ ତରଫରୁ ହୋଇଥିବା ଗଣେଶ ପୂଜାରେ ଯୋଗଦେଇ ପୂଜାଅର୍ଚନା କରି ବିଦ୍ୟାର୍ଥ ମାନଙ୍କ ସହ ମହାବିଦ୍ୟାଳୟର ଉନ୍ନତି ବିଷୟରେ ଆଲୋଚନା କରିଥିଲେ, ବିଦ୍ୟାର୍ଥୀ ମାନେ କଲେଜ୍ ଭିତରେ ନୂତନ ଏକ ହାଇମାସ୍କ ଲାଇଟ୍ ଲଗାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ଦାସଙ୍କୁ, ସେଠାରୁ ସେ ଭାବି ନାରାୟଣପୁର ଗ୍ରାମରେ ପହଞ୍ଚି ଯୁବଗୋଷ୍ଠି ଦ୍ୱାରା ହୋଇଥିବା ଗଣେଶ ପୂଜାରେ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ, ସନ୍ଧ୍ୟାରେ ଲଘୁଚାପ ଜନିତ ବର୍ଷା ସତ୍ୱେ କରାପୋଲି ଗ୍ରାମରେ ହେଉଥିବା ଗଣେଶ ପୂଜାରେ ଯୋଗ ଦେଇଥିଲେ, କରାପୋଲିର ଶତାଧିକ ଯୁବକ ବର୍ଷା ସତ୍ୱେ ମୁଖ୍ୟ ସଡ଼କ ନିକଟରୁ ବାଜାବାଜଣା ବଜାଇ ପୂଜା ମଣ୍ଡପ ନିକଟକୁ ପାଛୋଡି ନେଇଥିଲେ, ଯୁବକ ସଙ୍ଘ ଦ୍ୱାରା ନାନ୍ଦେସୁ ରେଡି ଓ ଦଣ୍ଡ ରେଡି ସମେତ ପୂଜା କମିଟିର ବହୁ ସଦସ୍ୟ ପ୍ରଥମେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ଉପଢୌକନ ଦେଇ ଶ୍ରୀ ଦାସଙ୍କୁ ସନ୍ନମାନିତ କରିଥିଲେ, ସେଠାରେ ଠାକୁରଙ୍କୁ ଦୀପ ଦାନ କରିବା ସହ ସନ୍ଧ୍ୟା ଆଳତି କରି ଫେରିଥିଲେ, ସମସ୍ତ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗ ଦେଇଥିବାବେଳ ସମସ୍ତଙ୍କ ମଧ୍ୟରେ ଉଚ୍ଚାହ ପରିଲକ୍ଷିତ ହୋଇଥିଲା