ସ୍କୁଲରେ ପାଠ ପଢ଼ାଉଛନ୍ତି ଛାତ୍ରଛାତ୍ରୀ

ହାଟଡିହିି, (ବିକାଶ ବିଶ୍ୱାଳ):ଶିକ୍ଷକ ଶିକ୍ଷୟତ୍ରୀ ମାନେ ୩ଦଫା ଦାବିନେଇ ଚଳାଇଥିବାରୁ ଏବେ ହାଟଡିହି ବ୍ଲକର ୨୬୫ଟି ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କେଉଁ ସ୍କୁଲରେ ଜଣେ ତ ଆଉ କେଉଁ ସ୍କୁଲରେ ୨ଜଣ ଶିକ୍ଷକ ଶିକ୍ଷୟତ୍ରୀ କେବଳ ସ୍କୁଲ ଖୋଲି ମଧ୍ୟାହ୍ନ ଭୋଜନ ଚଳାଉ ଥିବା ଦେଖିବାକୁ ମିଳିଛି । ଛେନାପଦି ୟୁଜିୟୁପି ସ୍କୁଲରେ ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିବାବେଳେ ୫ଜଣ ଶିକ୍ଷକ ନିଯୁକ୍ତି ଥିଲେ । ତନ୍ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଛୁଟିରେ ଥିବାବେଳେ ଆଉ ୩ଜଣ ଆନ୍ଦୋଳନରେ ସାମିଲ ଥିବାରୁ କେବଳ ପ୍ରଧାନଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟଟିକୁ ଜଗି ବସିଛନ୍ତି । ଏଠାରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ତଳଶ୍ରେଈର ଛୁଆ ମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ