ଆଞ୍ଚଳିକ ସାମ୍ବାଦିକ ସଙ୍ଘ ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଚୌଦ୍ବାର, (ଦୀପକ କୁମାର ବେଉରା):ଟାଙ୍ଗୀ ଚୌଦ୍ବାର ଆଞ୍ଚଳିକ ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଗନ୍ଧିଛକ ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇ ଅଛି । ଏହି ଉତ୍ସବ ରେ ଆନ୍ତର୍ଜାତିୟ ମାନବାଧିକାର ପରିଷଦର ସଭାନେତ୍ରି ସସ୍ମିତା ଦାସ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ଵାଇଁ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ପଟ୍ଟନାୟକ, ପଦ୍ମନାଭ ବରାଳ, ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ନରେଶ ସାହୁ, ସାଧାରଣ ସମ୍ପାଦକ ମାନସ କୁମାର୍ ପରିଡ଼ା ପୌରପାଳିକା ର ଉପ ନଗରପାଳ ଶୁଭେନ୍ଦୁ ସାମଲ ଓ ଟାଙ୍ଗି – ଚୌଦ୍ୱାର ବ୍ଲକ୍ କଂଗ୍ରେସ ଯୁବ ସଭାପତି ଆଶୁତୋଷ ବରାଳ ଅତିଥି ଭାବେ ଯୋଗ ଦେଇ ସଂଘ ର ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପ୍ରଦାନ ସହିତ ସମ୍ବର୍ଦ୍ଧିତ କରିଥିଲେ । ସଂଘର କର୍ମକର୍ତ୍ତାମାନେ କିପରି ଏକ ମନ ହୋଇ ନିଷ୍ଠାର ସହ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହ ସଂଘର ଏକତା ବଜାୟ ରଖିବେ ସେ ବିଷୟରେ ଆଲୋକପାତ କରାଇବା ସହିତ ଶପଥ ପାଠ କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବ ରେ ସଂଘ ର ଉପଦେଷ୍ଟା ଦିଲ୍ଲୀପ ଛତାର, ବରିଷ୍ଠ ସାମ୍ବାଦିକ ପଦ୍ମଲାଭ ବରାଳ, ଶିବବ୍ରତ ଦାସ, କୁନା ନାୟକ, ନବୀନ ରାଓ,ପ୍ରଭାତ୍ ନାୟକ , ଦୀପକ କୁମାର ବେଉରା।, ରାଜେଶ ନାୟକ, ନାରାୟଣ ଜେନା ଓ ବିଶ୍ୱଜିତ୍ବି ବିଶ୍ଵାଳ ପରିଚାଳନା କରି ଥ୍ ବା ବେଳେ ସଂପାଦକ ସଂଜିବ ତିଓ୍ୱାରୀ
ଧନ୍ୟବାଦ ଅର୍ପଣ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ